ଆଉ ୨୮୮୮କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୭୦ହଜାର ଟପିଲା

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୨୮୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୦ହଜାର ଅତିକ୍ରମ କରିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ରାୟଗଡାରୁ ସର୍ବାଧିକ ୪୮୭, ଖୋର୍ଦ୍ଧାରୁ ୪୧୦,  ଗଞ୍ଜାମରୁ ୨୧୭, କଟକରୁ ୧୮୯, ବଲାଙ୍ଗୀରରୁ ୧୭୩, କୋରାପୁଟରୁ ୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡ଼ରୁ ୧୩୮, ପୁରୀରୁ ୧୩୪, ବାଲେଶ୍ବରରୁ ୧୨୩ ଓ ସମ୍ବଲପୁରରୁ ୧୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ମାଲକାନଗିରିରୁ ୮୧, ସୁନ୍ଦରଗଡ଼ରୁ ୭୮, ନବରଙ୍ଗପୁରରୁ ୫୬, ଝାରସୁଗୁଡାରୁ ୫୫, ଭଦ୍ରକରୁ ୫୨, ବରଗଡ଼ରୁ ୫୧, ଜଗତସିଂହପୁରରୁ ୩୫, ଢେଙ୍କାନାଳରୁ ୩୪, କଳାହାଣ୍ଡିରୁ ୩୩, ଗଜପତିରୁ ୩୦, କେନ୍ଦୁଝରରୁ ୨୯, କନ୍ଧମାଳରୁ ୨୧, ସୁବର୍ଣ୍ଣପୁରରୁ ୧୫, କେନ୍ଦ୍ରାପଡାରୁ ୧୪ ଏବଂ ବୌଦ୍ଧରୁ ୧୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ଅନୁଗୋଳ ଓ ଯାଜପୁରରୁ ୫ଜଣ ଲେଖାଏଁ ଏବଂ ଦେବଗଡ଼ରୁ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୭୦ ହଜାର ୭୧୪କୁ ବୃଦ୍ଧି ପାଇଛି।

Comments are closed.