ଆଉ ୨୮୨ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୨୯୦କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୨୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୨୯୦କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ବଲାଙ୍ଗୀର ସର୍ବାଧିକ ୪୦, ସୁନ୍ଦରଗଡ଼ରୁ ୩୪, ମୟୂରଭଞ୍ଜରୁ ୨୬, ନୂଆପଡାରୁ ୨୨, ବରଗଡ଼ରୁ ୧୮, ଅନୁଗୋଳ, ବାଲେଶ୍ବର ଓ ସମ୍ବଲପୁରରୁ ୧୬ ଜଣ ଲେଖାଏଁ, ଯାଜପୁର ଓ କେନ୍ଦୁଝରରୁ ୧୪ ଜଣ ଲେଖାଏଁ ଏବଂ ଖୋର୍ଦ୍ଧାରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ ୮, କଟକରୁ ୭, କେନ୍ଦ୍ରାପଡା ଓ ନୟାଗଡ଼ରୁ ୬ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ, ଢେଙ୍କାନାଳ ଓ ଝାରସୁଗୁଡାରୁ ୫ ଜଣ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର, ନବରଙ୍ଗପୁର ଓ ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୩ ଜଣ  କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୨୯୦ କୁ ବୃଦ୍ଧି ପାଇଛି।

Comments are closed.