ଆଉ ୨,୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୨,୩୫,୭୬୩କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୨,୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୩୫,୭୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦୦, ନୂଆପଡାରୁ ୧୮୯, କଟକରୁ ୧୮୩, ବରଗଡ଼ରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୋଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୂରଭଞ୍ଜ ଓ ଷ୍ଟେଟ ପୁଲରୁ ୧୦୦ ଜଣ ଲେଖାଏଁ  ଏବଂ ବଲାଙ୍ଗୀରରୁ ୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୭୯, ନବରଙ୍ଗପୁରରୁ ୭୩, ସୁନ୍ଦରଗଡ଼ରୁ ୭୧, ମାଲକାନଗିରିରୁ ୭୦, ଢେଙ୍କାନାଳରୁ ୬୯, ବାଲେଶ୍ବରରୁ ୬୭, ଜଗତସିଂହପୁରରୁ ୫୮, କନ୍ଧମାଳରୁ ୪୮, ସୁବର୍ଣ୍ଣପୁରରୁ ୪୭, ରାୟଗଡାରୁ ୪୬, ପୁରୀରୁ ୪୩, ଝାରସୁଗୁଡା ଓ କଳାହାଣ୍ଡିରୁ ୩୯ ଜଣ ଲେଖାଏଁ, କୋରାପୁଟରୁ ୩୫ ନୟାଗଡ଼ରୁ ୩୦ ଓ ଗଞ୍ଜାମରୁ ୨୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ଦେବଗଡ଼ରୁ ୨୦,  ବୌଦ୍ଧ ଓ ଗଜପତିରୁ ୭ ଜଣ ଲେଖାଏଁ, କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ପାଇଛି।

Comments are closed.