ସୁସ୍ଥ ହେଲେ ଆଉ ୨୪୪ କରୋନା ଆକ୍ରାନ୍ତ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୫୩୪କୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ଆଉ ୨୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୫୩୪କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଅନୁଗୋଳରୁ ସର୍ବାଧିକ ୩୨, ସମ୍ବଲପୁରରୁ ୨୮, ବରଗଡ଼ରୁ ୨୪, କଟକରୁ ୨୩, ସୁନ୍ଦରଗଡ଼ରୁ ୧୭, ଯାଜପୁର ଓ ଝାରସୁଗୁଡାରୁ ୧୫ ଜଣ ଲେଖାଏଁ, ବାଲେଶ୍ବରରୁ ୧୪, କେନ୍ଦ୍ରାପଡାରୁ ୧୦, ବଲାଙ୍ଗୀରରୁ ୮ ଓ କେନ୍ଦୁଝରରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୭, ଜଗତସିଂହପୁର ଓ ମୟୂରଭଞ୍ଜରୁ ୬ ଜଣ ଲେଖାଁଏ, କଳାହାଣ୍ଡି ଓ ମାଲକାନଗିରିରୁ ୪ ଜଣ ଲେଖାଁଏ, ବୌଦ୍ଧ, ନବରଙ୍ଗପୁର, ନୟାଗଡ ଓ ସୁବର୍ଣ୍ଣପୁରରୁ ୩ ଜଣ ଲେଖାଁଏ, ନୂଆପଡାରୁ ୨, ଦେବଗଡ, ଗଞ୍ଜାମ,କନ୍ଧମାଳ ଓ  କୋରାପୁଟରୁ  ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୬ ଜଣ  କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୫୩୪ କୁ ବୃଦ୍ଧି ପାଇଛି।

Comments are closed.