ଆଉ ୨୪୪ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୨୦୯କୁ ବୃଦ୍ଧି

ଭୁବନେଶ୍ବର : ରବିବାର ରାଜ୍ୟରୁ ଆଉ ୨୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୨୦୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୬, ଖୋର୍ଦ୍ଧାରୁ ୩୩, ଅନୁଗୋଳ ଓ କଟକରୁ ୨୧ ଜଣ ଲେଖାଏଁ, ସମ୍ବଲପୁରରୁ ୧୯, ବରଗଡ଼ରୁ ୧୮, ବଲାଙ୍ଗୀର ଓ ମୟୂରଭଞ୍ଜରୁ ୧୬ ଜଣ ଲେଖାଏଁ, ଯାଜପୁରରୁ ୧୧, ବାଲେଶ୍ବର ଓ କେନ୍ଦ୍ରାପଡାରୁ ୧୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆପଡାରୁ ୯, ଝାରସୁଗୁଡା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ଭଦ୍ରକ, ଜଗତସିଂହପୁର ଓ  ନବରଙ୍ଗପୁରରୁ ୨ ଜଣ ଲେଖାଏଁ, କେନ୍ଦୁଝର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୯ ଜଣ  କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୨୦୯କୁ ବୃଦ୍ଧି ପାଇଛି।

Comments are closed.