ସୁସ୍ଥ ହେଲେ ଆଉ ୨୩୨ କରୋନା ଆକ୍ରାନ୍ତ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୯୬୫କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୨୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୯୬୫କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଅନୁଗୋଳରୁ ସର୍ବାଧିକ ୩୨, ବଲାଙ୍ଗୀରରୁ ୨୬, କଟକରୁ ୨୫, ସୁନ୍ଦରଗଡ଼ରୁ ୧୯, ବାଲେଶ୍ବରରୁ ୧୬, ଯାଜପୁରରୁ ୧୫, କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ୧୪ ଜଣ ଲେଖାଏଁ, ଝାରସୁଗୁଡା ଓ ନୂଆପଡାରୁ ୧୧ ଜଣ ଲେଖାଏଁ ଏବଂ କେନ୍ଦୁଝରରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି  ଖୋର୍ଦ୍ଧାରୁ ୧୦, ଭଦ୍ରକ ଓ କଳାହାଣ୍ଡିରୁ ୫ ଜଣ ଲେଖାଏଁ, ଗଞ୍ଜାମ ଓ ସମ୍ବଲପୁରରୁ ୪ ଜଣ ଲେଖାଏଁ, ବରଗଡ଼, ଜଗତସିଂହପୁର ଓ ପୁରୀରୁ ୨ ଜଣ ଲେଖାଏଁ, ଦେବଗଡ ଓ ଗଜପତିରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୩ ଜଣ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୯୬୫କୁ ବୃଦ୍ଧି ପାଇଛି।

Comments
Loading...