ଆଉ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୭୫୭କୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର  ରାଜ୍ୟରୁ ଆଉ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୭୫୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୭, ଝାରସୁଗୁଡାରୁ ୨୨, ଅନୁଗୋଳରୁ ୧୮, ସମ୍ବଲପୁରରୁ ୧୬, ପୁରୀରୁ ୧୫, କଟକରୁ ୧୪, ଖୋର୍ଦ୍ଧାରୁ ୧୨, ବାଲେଶ୍ବର ଓ ଯାଜପୁର ଓ ନୂଆପଡାରୁ ୯ ଜଣ ଲେଖାଁଏ, ବରଗଡ଼ ଓ ବଲାଙ୍ଗୀରରୁ ୮ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡରୁ ୮, ମୟୂରଭଞ୍ଜରୁ ୫, ବୌଦ୍ଧ ଓ କେନ୍ଦୁଝରରୁ ୩ ଜଣ ଲେଖାଁଏ, ଭଦ୍ରକ, ଢେଙ୍କାନାଳ, ଗଜପତି, ଗଞ୍ଜାମ ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଁଏ, ଜଗତସିଂହପୁର, କଳାହାଣ୍ଡି, କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୭୫୭କୁ ବୃଦ୍ଧି ପାଇଛି ।

 

Comments are closed.