ଆଉ ୧୮୨ କରୋନା ଆକ୍ରାନ୍ତ ସୁସ୍ଥ : ୩ ଲକ୍ଷ ୩୧ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ବର : ରବିବାର  ରାଜ୍ୟରୁ ଆଉ ୧୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୧୪୪ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୩, ଅନୁଗୋଳ, ପୁରୀ ଓ ସମ୍ବଲପୁରରୁ ୧୯ ଜଣ ଲେଖାଁଏ, ନୂଆପଡାରୁ ୧୮, ବରଗଡ଼ରୁ ୧୫, କଟକରୁ ୧୪, ବାଲେଶ୍ବର ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଁଏ, ଯାଜପୁରରୁ ୭, ଝାରସୁଗୁଡା ଓ କୋରାପୁଟରୁ ୪ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବଲାଙ୍ଗୀର ଓ କେନ୍ଦ୍ରାପଡାରୁ ୩ ଜଣ ଲେଖାଁଏ, ଗଜପତି, ଗଞ୍ଜାମ  ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼, କେନ୍ଦୁଝର, ମାଲକାନଗିରିରୁ ଓ ରାୟଗଡାରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୧୪୪କୁ ବୃଦ୍ଧି ପାଇଛି ।

Comments
Loading...