ସୁସ୍ଥ ହେଲେ ଆଉ ୧୭୦ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୬୨୨କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୬୨୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୦, ମୟୂରଭଞ୍ଜରୁ ୧୯, ବଲାଙ୍ଗୀରରୁ ୧୫, ଖୋର୍ଦ୍ଧାରୁ ୧୪, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୧୦ ଜଣ ଲେଖାଁଏ, ବରଗଡ଼ ଓ ଝାରସୁଗୁଡାରୁ ୯ ଜଣ ଲେଖାଁଏ, ଅନୁଗୋଳ ଓ ଯାଜପୁରରୁ ୮ ଜଣ ଲେଖାଁଏ ଏବଂ କଟକରୁ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୬, ଜଗତସିଂହପୁରରୁ ୫, ଗଞ୍ଜାମରୁ ୩, ବାଲେଶ୍ବର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଁଏ, କୋରାପୁଟ, ନୟାଗଡ ଓ ନୂଆପଡାରୁ  ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୫ ଜଣ  କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୬୨୨କୁ ବୃଦ୍ଧି ପାଇଛି।

Comments are closed.