ସୁସ୍ଥ ହେଲେ ଆଉ ୧୩୮ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୯୬୨କୁ ବୃଦ୍ଧି

ଭୁବନେଶ୍ବର : ଶନିବାର  ରାଜ୍ୟରୁ ଆଉ ୧୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୯୬୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୧, ପୁରୀ ଓ ସମ୍ବଲପୁରରୁ ୧୮ ଜଣ ଲେଖାଁଏ, ଅନୁଗୋଳ ଓ ବରଗଡ଼ରୁ ୧୨ ଜଣ ଲେଖାଁଏ, ଖୋର୍ଦ୍ଧାରୁ ୧୦, ବାଲେଶ୍ବରରୁ ୮, କଟକ ଓ ଯାଜପୁରରୁ ୬ ଜଣ ଲେଖାଁଏ, ଜଗତସିଂହପୁର ଓ ଝାରସୁଗୁଡାରୁ ୫ ଜଣ ଲେଖାଁଏ ଏବଂ ନୂଆପଡାରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଗଞ୍ଜାମରୁ ୩, କେନ୍ଦ୍ରାପଡାରୁ ୨, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନୟାଗଡ ଓ ସୁବର୍ଣ୍ଣପୁର ଏବଂ ଷ୍ଟେଟ ପୁଲରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୯୬୨କୁ ବୃଦ୍ଧି ପାଇଛି ।

Comments are closed.