ସୁସ୍ଥ ହେଲେ ଆଉ ୧୩୧୧ କରୋନା ଆକ୍ରାନ୍ତ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮୮୧୬୮

ଭୁବନେଶ୍ବର : ରବିବାର ରାଜ୍ୟରୁ ଆଉ ୧୩୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮୮୧୬୮ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୮, କଟକରୁ ୯୪, ମୟୂରଭଞ୍ଜରୁ ୮୬, ନୂଆପଡାରୁ ୬୭, ଜଗତସିଂହପୁରରୁ ୬୪, ଯାଜପୁରରୁ ୬୨, ପୁରୀରୁ ୫୯, କେନ୍ଦ୍ରାପଡାରୁ ୫୭, ବାଲେଶ୍ବରରୁ ୫୫, କେନ୍ଦୁଝରରୁ ୫୪ ଏବଂ ବଲାଙ୍ଗୀରରୁ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୪୬, ନବରଙ୍ଗପୁରରୁ ୪୩, ଢେଙ୍କାନାଳ ଏବଂ ନୟାଗଡ଼ରୁ ୩୮ ଜଣ ଲେଖାଏଁ, କଳାହାଣ୍ଡିରୁ ୩୭, ସୁନ୍ଦରଗଡ଼ରୁ ୩୫, କୋରାପୁଟରୁ ୩୩, ବରଗଡ଼ରୁ ୩୨, ଗଞ୍ଜାମ ଓ ମାଲକାନଗିରିରୁ ୨୬ ଜଣ ଲେଖାଏଁ, ଭଦ୍ରକରୁ ୨୨, ସମ୍ବଲପୁରରୁ ୨୧, ଝାରସୁଗୁଡାରୁ ୨୦, ସୁବର୍ଣ୍ଣପୁରରୁ ୧୭, କନ୍ଧମାଳରୁ ୧୬ ଏବଂ ଦେବଗଡ଼ରୁ ୧୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ରାୟଗଡାରୁ ୧୦, ଗଜପତିରୁ ୨ ଓ ଷ୍ଟେଟ ପୁଲରୁ ୩୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୧୬୮କୁ ବୃଦ୍ଧି ପାଇଛି।

Comments are closed.