ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୧ ସଂକ୍ରମିତ : ମୋଟ୍ ଆରୋଗ୍ୟ ସଂଖ୍ୟା ୪୪୨୨କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୧୩୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୩ ଜଣ, ପୁରୀରୁ ୨୮ ଜଣ, ଖୋର୍ଦ୍ଧାରୁ ୨୧ ଓ କନ୍ଧମାଳରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୭, ନବରଙ୍ଗପୁରରୁ ୬, କେନ୍ଦ୍ର୍ରାପଡାରୁ ୫ ଏବଂ ବାଲେଶ୍ବର ଓ କଟକରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ବରଗଡ, ବଲାଙ୍ଗୀର, ଝାରସୁଗୁଡା, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ତେବେ ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଥିବା ବେଳେ ୪୪୨୨ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ମାମଲା ସଂଖ୍ୟା ୧୭୩୪ ରହିଛି ଏବଂ ମୃତ୍ୟୁ ସଂଖ୍ୟା ୧୭ରେ ସ୍ଥିର ରହିଛି।

Comments are closed.