ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

କଟକ: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି ହୋଇ ପାରିଲେ ସେମାନେ ସ୍ୱାସ୍ଥ୍ୟପୂର୍ଣ୍ଣ ଜୀବନ ଯାପନ ସହ ଭବିଷ୍ୟତରେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ଥରରେ ସଫଳତା ଅର୍ଜନ ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବେ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କଇଥା ଗ୍ରାମପଂଚାୟତ ଅନ୍ତର୍ଗତ ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଫେସର ଡ଼. ଭୁବନାନନ୍ଦ ସାହୁ କହିଛନ୍ତି, ମଣିଷ ଜୀବନରେ ପ୍ରତ୍ୟେକଟି ଖେଳର ମହତ୍ୱ ରହିଛି ଏବଂ କ୍ରୀଡା ଆମକୁ ସଠିକ ମାର୍ଗରେ ଯିବା ପାଇଁ ଦିଗଦର୍ଶନ ଦେଇଥାଏ।

ମହାବିଦ୍ୟାଳୟର ଅଧ୍ୟାପିକା ଡ଼. ନିରୁପମା ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ତିନି ଦିନ ବ୍ୟାପି କ୍ରୀଡା ଉତ୍ସବରେ ୨୧ଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶନିବାର ସନ୍ଧ୍ୟାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନୁଧର ନାୟକଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ କୁମାର ଦାସ ମୁଖ୍ୟ ବକ୍ତା, ସମାଜସେବୀ ଜ୍ଞାନଚାନ୍ଦ ନାହାର, ଓଡ଼ିଆ ଟେଲି କଳାକାର ମୁକ୍ତିକାନ୍ତ ମହାପାତ୍ର, ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀ ସ୍ମୃତି ରଞ୍ଜନ ବେହୁରା ଏବଂ ମାହାଙ୍ଗା କ୍ଲଷ୍ଟର ସଂସାଧନ ସଂଯୋଜକ ନଳିନୀ ପ୍ରଭା ସେନାପତି ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ୭୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏହି ଅବସରରେ ବିକ୍ରମ ବେଦାନ୍ତଙ୍କୁ ବାଳକ ଓ ଭୂମି ପ୍ରିୟଦର୍ଶିନୀଙ୍କୁ ବାଳିକା ବର୍ଗରେ ଚାମ୍ପିୟନ ଘୋଷଣା କରାଯାଇଥିଲା। ମହାବିଦ୍ୟାଳୟର କ୍ରୀଡା ସଂଯୋଜକ ଅଧ୍ୟାପକ ମିତ୍ରଭାନୁ ପ୍ରଧାନ ଓ ଛାତ୍ର ସଭାପତି ବିଶ୍ୱଜିତ ବାଗ, ଅକ୍ଷୟ କୁମାର ନାୟକ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଏ ସମ୍ପର୍କରେ ଅଧ୍ୟାପିକା ଡ଼. ନିରୁପମା ରାଉତ କହିଛନ୍ତି –

ଏହି ବାର୍ଷିକ କ୍ରୀଡା ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଅଧ୍ୟାପିକା ସ୍ଵର୍ଣ୍ଣଲତା ବେହେରା, ଅଧ୍ୟାପିକା ବବିତା ସାହୁ, ଅଧ୍ୟାପକ ଅଧୀର ଆଚାର୍ଯ୍ୟ, ଅଧ୍ୟାପକ ଦୁଷ୍ମନ୍ତ କୁମାର ଘଡେଇ, ଅଧ୍ୟାପକ ଡ଼. ଶଶଧର ପତି, ଅଧ୍ୟାପିକା ସୁଜାତା ଦାସ, ଅଧ୍ୟାପକ ଅଜୟ ପ୍ରକାଶ ଦାସ ଓ କାର୍ଯ୍ୟାଳୟ ସହାୟକ ଅକ୍ଷୟ କୁମାର ବେହେରା ବିଭିନ୍ନ ପ୍ରତିଯୋଗିତା ଆୟୋଜନରେ ସହାୟତା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃସିଂହ, ବିଶ୍ୱଜିତ, ଲିପେଶ, ମୋହନ, ଅଶ୍ୱଜିତ, ସନ୍ତୋଷ ଓ ରାଜେଶ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ।

Comments are closed.