ଧରା ପଡ଼ିଲା ଗୋରୁ ବୋଝେଇ କଣ୍ଟେନର

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଗୋଡଭଗାର ବଜରଙ୍ଗ ଦଳ ଓ ଜନସାଧାରଣ କୌଣସି ସୂତ୍ରରୁ ଖବର ପାଇ ଏକ ଗାଡିକୁ ଅଟକାଇଥିଲେ। ସେହି ଗାଡ଼ିରେ ୭୦ଟି ଗୋରୁ ବୋଝେଇ ହୋଇ ପଶ୍ଚିମ ବଙ୍ଗର ଉଳୁବେଡିଆ ଗ୍ରାମକୁ ଚାଲାଣ ହେବାର ଯୋଜନା ଥିବା ଗାଡ଼ି ଡ୍ରାଇଭର ମୁନସୀ ଶେଖ୍ ପ୍ରକାଶ କରିଥିବା ଜଣାପଡିଛି। ଅଧିକରୁ ଅଧିକ ତଥ୍ୟ ପଚାରିବାରୁ ସେମାନେ କଥାକୁ ଲୁଚାଇ ଥିବା ବେଳେ ଜନସାଧାରଣ ଉତ୍ୟକ୍ତ ହୋଇ ଉତ୍ତମ ମଧ୍ୟମ ଦେଇଥିଲେ। ଏହି ଖବର ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ନାଏକ ବାବୁ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଅତାବିରା ଡାକ୍ତର ଖାନାକୁ ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଅତାବିରା ପୋଲିସ ମଧ୍ୟ ପହଞ୍ଚି ଉକ୍ତ ଗାଡ଼ିରେ ଥିବା ଚାଲାଣ କାରୀ ଆହତ ପପୁ ଶେଖ୍(୧୮),ଅମିର ଶେଖ୍(୨୩), ଶେଖ୍ କୁତ୍ବୁବୁଦ୍ଧିନ(୩୩) ଓ ଏସ କେ ଅସଲମ୍ ଅଲ୍ଲୀ(୧୯)ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଏପରି ନିତିଦିନ ଏହି ରାସ୍ତା ଦେଇ ଏପରି ଗାଡ଼ି ଗୁଡ଼ିକ ଯିବା ଆସିବା କରୁଛି କିନ୍ତୁ ଦୁଃଖର ବିଷୟ ଯେ ପୋଲିସ ଏହାକୁ ଧରିବା ବଦଳରେ ସାଧାରଣ ଲୋକେ ଧରିଛନ୍ତି ଯାହା କି ପୁଲିସର ଅପାରଗତାକୁ ଇଙ୍ଗିତ କରୁଛି।

Comments are closed.