ଅନୁଗୁଳ ଜିଲା ସପ୍ତାହନ୍ତ ସଟ୍‌ଡାଉନ୍‌

ଭୁବନେଶ୍ବର: ଅନୁଗୁଳ ଜିଲାରେ ଜୁଲାଇ ଶେଷ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପ୍ରତି ସପ୍ତାହର ଶନିବାର ଓ ରବିବାର ଦୁଇଦିନ ସମ୍ପୂର୍ଣ୍ଣ ଅନୁଗୁଳ ଜିଲା ସଟ୍‌ଡାଉନ୍‌ ରହିବ। ଗୋଟିଏ ଦିନରେ ଜିଲାରେ ସର୍ବାଧିକ ୨୪ ଆକ୍ରାନ୍ତ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସପ୍ତାହର ଅନ୍ୟ ପାଞ୍ଚଦିନ ଅର୍ଥାତ୍‌ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବ୍ୟବସାୟିକ ଅନୁଷ୍ଠାନ, ଦୋକାନ ବଜାର ଖୋଲାରହିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ସଟ୍‌ଡାଉନ୍‌ ସମୟରେ ଅଣଅତ୍ୟାବଶ୍ୟକିୟ କାର୍ଯ୍ୟକଳାପ ବନ୍ଦ ରହିବ ଏବଂ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ଜିଲାପାଳ କହିଛନ୍ତି।

Comments are closed.