ଯାତ୍ରୀବାହୀ ଅଟୋକୁ ଧକ୍କାଦେଲା ଟ୍ରକ ; ଘଟଣା ସ୍ଥଳରେ ୨ ମହିଳା ମୃତ

ଅନୁଗୋଳ : ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଜରପଡା ଥାନା ଅନ୍ତର୍ଗତ ମରାତିରା ଗ୍ରାମ ଠାରେ ଏକ ଯାତ୍ରୀ ବାହୀ ଅଟୋକୁ ପିଆଜ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଅଟୋରେ ବସିଥିବା ୨ ମହିଳା  ଯାତ୍ରାଙ୍କର ମୃତ୍ୟୁ ହୋଇଛି | ବିଳମ୍ବିତ ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ  । ପୁଲିସ ସୂତ୍ରରୁ ପ୍ରକାଶ ଏକ ଅଟୋରେ ମହିଧରପୁରରୁ ୪ ଜଣ ଯାତ୍ରୀ ଦୁର୍ଗାପୁର ଆସୁଥିବା ସମୟରେ ଏହି ପିଆଜ ବୋଝେଇ ଟ୍ରକ ଧକ୍କା ଦେଇ ଥିଲା ।  ଟ୍ରକ ଟି ଏତେ ଜୋରରେ ଅଟୋକୁ ଧକ୍କା ଦେଇଥିଲା ଯେ, ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯାତ୍ରୀ ଓ ଅଟୋ ଚାଳକ ଆହତ ହୋଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ୨ ମହିଳାଙ୍କ ଶବ ଘଟଣା ସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା । ମୃତ ମହିଳା ମାନେ ହେଲେ ଦୁର୍ଗାପୁର ଗାଁର କାନ୍ତି ସାହୁ ଓ ଜରପଡା ଗାଁର କୋକିଳ ସାହୁ । ଅନ୍ୟ ଦୁଇ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

Comments are closed.