ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଓ ଝିଅ ମୃତ

ଅନୁଗୁଳ : ଅନୁଗୁଳର  ଖମାର ଥାନା କଲଣ୍ଡା ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି। ରାସ୍ତାରେ ଯାଉଥିବା ସମୟରେ ବାଇକକୁ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମୃତକ ସମ୍ପର୍କରେ ବାପା ଓ ଝିଅ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକଙ୍କୁ ସ୍ଥାନୀୟ ଲୋକେ ଅଟକାଇବା ସହ ନିସ୍ତୁକ ମାଡ ମାରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.