ବିଷାକ୍ତ ମଦ ପିଇ ୩ ଯୁବକ ମୃତ

ବନ୍ତଳା : ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ମଦ ପିଇ ତିନି ଜଣ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। । ଗତ ରବିବାର ରାତିରେ ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣକର  ମୃତ୍ୟୁ ହୋଇଛି । ମୃତକମାନେ ହେଲେ କାଇରା ପଧାନ ( ୨୦ ବର୍ଷ), ଟୁକୁନା ପଧାନ ( ୩୦ବର୍ଷ) ଓ ଶଶିଭୂଷଣ ଦେହୁରୀ ( ୩୨ବର୍ଷ) ।ଘଟଣା ବିଷୟରେ ଅଧିକ ସୂଚନା ହସ୍ତଗତ ହୋଇପାରି ନାହିଁ। ।

Comments are closed.