ରାସ୍ତାରେ ପଡ଼ିଛି ଶିଶୁର କଟାମୁଣ୍ଡ

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ମିଶ୍ରପଡ଼ା ଛକ ଠାରୁ ଅଳ୍ପ ଦୂରରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ମିଶ୍ରପଡ଼ା ଛକ ଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ଏକ ଶିଶୁର କଟା ମୁଣ୍ଡ ପଡ଼ିଥିବା ଦେଖାଯାଇଥିଲା। ତେବେ କେଉଁ ପରିସ୍ଥିତିରେ ଓ କିଭଳି ଶିଶୁଟିର କଟା ମୁଣ୍ଡ ପଡ଼ିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଆଜି ସକାଳେ ଶିଶୁଟିର କଟାମୁଣ୍ଡ ଦେଖି ସ୍ଥାନୀୟଲୋକେ ଭୟଭୀତ ହେବା ସହ ପୁଲିସକୁ ଖବର ଦେଇଥିଲେ।

Comments are closed.