ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ  ୧୫ ଦଫା ଦାବିପତ୍ର ପ୍ରଦାନ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ  ୧୫ ଦଫା ଦାବି ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ଏହି କ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ସଭାନେତ୍ରୀ ନର୍ମଦା କୁମାରି ନାହାକଙ୍କ ନେତୃତ୍ବରେ ଶତାଧିକ କର୍ମୀ କନିଶି ହାଟ ଜଗନ୍ନାଥ ମନ୍ଦିର ଠାରୁ ଏକ ପଟୁଆରରେ ବାହାରି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ଦାବୀପତ୍ର ବିଡ଼ିଓଙ୍କ ଅନୁପସ୍ଥତିରେ ପ୍ରଗତିସହାୟକ ମନମୋହନ ପାତ୍ର ଏବଂ ପ୍ରଦିପ୍ତ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ । ଏହା ସହ ଦାବି ପୂରଣ ନେଇ କର୍ମୀ ମାନେ କିଛି ସମୟ ପାଇଁ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦାବି ମୁତାବକ ସେମାନଙ୍କ ମାସିକ ବେତନ ୨୧ହଜାର ଟଙ୍କା ବୃଦ୍ଧି, କର୍ମୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରଧାନମନ୍ତ୍ରୀ ବୀମା ଯୋଜନା, ଜିବନଜ୍ୟୋତି, ସୁରକ୍ଷା ବୀମା ଯୋଜନା, ଅଙ୍ଗନବାଡ଼ି କର୍ମୀ ବୀମା ଯୋଜନା ଇତ୍ୟାଦିରେ ସାମିଲ କରିବା, କେନ୍ଦ୍ର ସରକାର ୨୦୧୯ ଶିକ୍ଷାନୀତି ନାମରେ ଘରୋଇ କରଣ କରି ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସିଧାସଳଖ ଛଟେଇ ନକରି ସ୍କୁଲ ରେ ମିଶାଇଦେବା। କମ୍ ପାଠ ପଢିଥିବା ହେଲ୍ପର, ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଉପଯୁକ୍ତ ଥଇଥାନ କରିବା, ଅବସର ପରେ ମାସିକ ପେନସନ ୧୦ହଜାର ପ୍ରଦାନ, ମଧ୍ୟାହ୍ନଭୋଜନ ରନ୍ଧା ଖାଦ୍ୟରେ ନିଯୁକ୍ତି ଥିବା ପାଚିକା ସହାୟିକାଙ୍କ ଖରା ଛୁଟିରେ ପାରିଶ୍ରମିକ ଦେବା ନେଇ ଦାବୀ ରଖିଛନ୍ତି । ଏମାନଙ୍କ ମଧ୍ୟରେ ସଂପାଦିକା ସବିତା ଦେବୀ, ମଞ୍ଜୁଳା ନାୟକ, ସୁନୀତା ସାହୁ, ମମତା ସାହୁ, ବାଲମ୍ମା ଦେବୀ, କୁମାରୀ ପାଢ଼ୀ, ସଂଯୁକ୍ତା ଦାସ, ମମତା ପାଢ଼ୀ, କେ. କୁମାରୀ ରେଡ୍ଡୀ, ବବିତା ସାହୁ, ଚାରୁଲତା ପଟନାୟକ, କlମେଶ୍ୱରି ଦେବୀ, ଗାୟତ୍ରୀ ଦେବୀ, ଦୂର୍ଗାରାଣୀ ମହାନ୍ତି କର୍ମୀ, ସହାୟିକା ଯୋଗ ଦେଇଥିଲେ।

Comments are closed.