ଜୁଲାଇ ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ : ଘରେ ବଣ୍ଟନ କରାଗଲା ଶୁଖିଲା ରାସନ୍

ପ୍ରବାସୀ ପହିଳା ଓ ଶିଶୁ ଅଙ୍ଗନବାଡ଼ି ତାଲିକାଭୁକ୍ତ

ଭୁବନେଶ୍ୱର : କୋଭିଡ୍‌-୧୯ କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର
ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଜି ମାସର ୧ ତାରିଖ ହୋଇଥିବାରୁ ରାଜ୍ୟର ପ୍ରତ୍ୟେକ ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ଶୁଖିଲା ରାସନ ବଣ୍ଟନ କରାଯାଇଛି । କରୋନା ପହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀମାନଙ୍କ ଘରକୁ ଘର ପହଞ୍ଚି ଜୁଲାଇ ମାସ ପାଇଁ ଶୁଖିଲା ରାସନ୍‌ ବଣ୍ଟନ କରିଛନ୍ତି । ଏଥିସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ ବଦଳରେ ଶୁଖିଲା ରାସନ ବଣ୍ଟନ କରିଛନ୍ତି । ଏହି ବଣ୍ଟନ ପ୍ରକ୍ରିୟାକୁ ମାତୃ କମିଟି ଓ ଯାଞ୍ଚ କମିଟିର ସଦସ୍ୟମାନେ ଯାଞ୍ଚ କରୁଛନ୍ତି । ଏହା ଦ୍ୱାରା ପ୍ରାୟ ୪୨ ଲକ୍ଷ ଗର୍ଭବତୀ, ପ୍ରସୂତି ଏବଂ ୬ ମାସରୁ ୬ ବର୍ଷ ବୟସର ଶିଶୁ ଉପକୃତ ହେଉଛନ୍ତି ।

ପ୍ରକାଶ ଥାଉ କି, କୋଭିଡ୍‌-୧୯ ପରିସ୍ଥିତିରେ ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ପଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ସମନ୍ୱିତ ପୁଷ୍ଟିସାଧନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ପଧ୍ୟ ଶୁଖିଲା ରାସନ ଦେବା ନିମନ୍ତେ ବିଭାଗ ତରଫରୁ ଜିଲ୍ଲା ଅଧିକାରୀମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ପଞ୍ଚାୟତ ଅଧୀନରେ କ୍ୱାରେଣ୍ଟାଇନ୍‌ରେ ରହିଥିବା ଗର୍ଭବତୀ ଏବଂ ଶିଶୁଙ୍କୁ ମଧ୍ୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶୁଖିଲା ରାସନ ଯୋଗାଇ ଦେଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟକୁ ଫେରି ଅଙ୍ଗନବାଡ଼ି ସେବା ତାଲିକାଭୂକ୍ତ ହୋଇଥିବା ୫,୫୩୮ ଗର୍ଭବତୀ ମହିଳା ୨୩,୮୦୮ ଶିଶୁଙ୍କୁ ଶୁଖିଲା ରାସନ ଯୋଗାଇ ଦିଆଯାଇଛି । ଏହି ବଣ୍ଟନ ସମୟରେ କୋଭିଡ୍‌-୧୯ ନିୟମାବଳୀକୁ ସଠିକ୍‌ ଭାବେ ପାଳନ କରାଯାଉଛି । ଛତୁଆ ମିଶ୍ରଣ ଓ ବଣ୍ଟନରେ ସ୍ୱଚ୍ଛତା ଆଣିବା ଏବଂ ଏହାର ଗୁଣାତ୍ମକ ମାନ ବଜାୟ ରଖିବା ନିମନ୍ତେ ‘ମୋ ଛତୁଆ’ ଆପ୍‌ର ବିକାଶ କରାଯାଇଛି । ଏହି ଆପ୍‌ରେ କଞ୍ଚାମାଲ ସଂଗ୍ରହଠାରୁ ବଣ୍ଟନ ତଥା ଉପଲବ୍ଧ ହେଉଛି । ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶୁଖିଲା ରାସନ୍‌କୁ ବାସ୍ତବିକ ହିତାଧିକାରୀମାନେ ଉପଯୋଗ କରୁଛନ୍ତି କି ନାହିଁ ତାହା ନିୟମିତ ଭାବେ ତଦାରଖ କରିବା ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନାର କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଗୁରୁତର ପୁଷ୍ଟିହୀନ ଶିଶୁ (ସାପ୍‌) ଏବଂ ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁମାନଙ୍କ (ମାମ୍‌) ପୁଷ୍ଟିସାଧନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭାଗ ତରଫରୁ ଜିଲ୍ଲାପାଳପାନଙ୍କୁ ଅନୁରୋଧ କରାଯାଇଛି ।

Comments are closed.