ଆନ୍ଧ୍ରରେ ବସ୍‍- ଟ୍ରକ୍‍ ଧକ୍କା: ୭ ମୃତ, ୯ ଗୁରୁତର

ଅନନ୍ତପୁରମ : ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲାର ୪୨ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମିନି ବସ୍‍ ସହ ଟ୍ରକ୍‍ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିନି ବସ୍‍ ଏବଂ ଟ୍ରକ୍‍ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି। ମୃତ ଓ ଆହତଙ୍କ ମଧ୍ୟରୁ ଅଧିକାଂଶ ଅନନ୍ତପୁରମ ଜିଲା ତାନାକୁଲା ଅଞ୍ଚଳ ଲୋକ ବୋଲି ଜାଣିବାକୁ ମିଳିଛି। ପୁଲିସ୍‍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comments are closed.