ଟ୍ରକ୍‌ ଧକ୍କାରେ ଅଜା, ନାତି ମୃତ

ଆନନ୍ଦପୁର: ଆଜି ବାଇକ୍‌ ଯୋଗେ ଅଜାନାତି ଯାଉଥିବାବେଳେ ସେମାନଙ୍କୁ ଏକ ଚାଉଳ ବୋଝେଇ ଟ୍ରକ୍‌ ଧକ୍କା ଦେଇ ଚଢ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଅଜା ଓ ନାତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଆଜି ଆନନ୍ଦପୁର ଅଞ୍ଚଳର ଏନ୍‌ଏଚ୍‌-୨୦ର ବରପଦା ଛକରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅଜା ଓ ନାତି ମୃତ ହୋଇଥିବା ଜଣାପଡ଼ିଛି। ଅଜା ଓ ନାତି ଏକ ବାଇକ୍‌ ଯୋଗେ ଯାଉଥିବାବେଳେ ଏକ ଚାଉଳ ବୋଝେଇ ଟ୍ରକ ଏନ୍‌ଏଚ୍‌-୨୦ର ବରପଦା ଛକରେ ଧକ୍କା ଦେଇଥିଲା ଏବଂ ଏହାପରେ ଅଜା, ନାତି ଆସୁଥିବା ବାଇକ୍‌ ଉପରେ ଚଢ଼ିଗଲା ଚାଉଳ ବୋଝେଇ ଟ୍ରକ। ଘଟଣାସ୍ଥଳରେ ଅଜାନାତିଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ରାମଚନ୍ଦ୍ର ପୁଲିସ ଅଜା ଓ ନାତିଙ୍କ ମୃତଦେହ ଓ ଟ୍ରକ୍‌ ଜବତ କରି ତନାଘନା ଚଳାଇଥିବା ଜଣାପଡ଼ିଛି।

Comments are closed.