MEllora 950×100

ଆନାଡ୍ରୋନ ସିଷ୍ଟମ ଓଡିଶାରେ ଆର ଆଣ୍ଡ ଡି କେନ୍ଦ୍ର ସ୍ଥାପନ କରିବ

ଭୁବନେଶ୍ୱର- ଓଡିଶାର ଟାର୍ଗେଟ ଡ୍ରୋନ ଉତ୍ପାଦନକାରୀ ଆନାଡ୍ରୋନ ସିଷ୍ଟମ ରାଜ୍ୟରେ ଅତ୍ୟାଧୁନିକ ଡ୍ରୋନ ଉପଲବ୍ଧ କରାଇବା ପାଇଁ ଏକ ବିକଶିତ ଆର ଆଣ୍ଡ ଡି କେନ୍ଦ୍ର ସ୍ଥାପନ କରିବାକୁ ଘୋଷଣା କରିଛି । ଓଡିଶା ମେକ ଇନ ଇଣ୍ଡିଆ କନକ୍ଲେଭ ୨୦୨୨ରେ ଏ ସମ୍ପର୍କରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଭାଲେଟିଆ ସୂଚନା ପ୍ରଦାନ କରିଛନ୍ତି ।

ଘରୋଇ ସଶସ୍ତ୍ର ବାହିନୀ ଏବଂ ରପ୍ତାନି ଆବଶ୍ୟକତା ପାଇଁ ଏଣ୍ଡ-ଟୁ-ଏଣ୍ଡ ଡ୍ରୋନ ସମାଧାନ ପ୍ରଦାନ ଉପରେ ଏହି କେନ୍ଦ୍ର ଗୁରୁତ୍ୱାରୋପ କରିବ । ଏହି କାରଖାନା ୬ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଏହି ନୂତନ ସେଟ ଅପ ରାଜ୍ୟ ପାଇଁ ରାଜସ୍ୱ ଆଦାୟ କରିବା ସହିତ ଓଡିଶାବାସୀଙ୍କୁ ବିଭିନ୍ନ ନିଯୁକ୍ତିର ସୁଯୋଗ ପ୍ରଦାନ କରିବ ଏବଂ ଏହାଦ୍ୱାରା ମେକ ଇନ ଇଣ୍ଡିଆ ପ୍ରୟାସକୁ ସୁଦୃଢ଼ କରାଯାଇ ପାରିବ ।

ଘୋଷଣା ପଛରେ ଥିବା ଉଦ୍ଦେଶ୍ୟ ସମ୍ପର୍କରେ ଭାଲୋଟିଆ କହିଲେ, ଏହି ନୂତନ କାରଖାନା ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରଣାଳୀର ପରୀକ୍ଷଣ ତଥା ମୂଲ୍ୟାଙ୍କନରେ ପ୍ରତିରକ୍ଷା ବାହିନୀର ଅଗ୍ରଣୀ ଅଂଶୀଦାର ହେବା ଏବଂ ସ୍ୱଦେଶୀକରଣକୁ ସର୍ବାଧିକ କରିବା ଆମର ପ୍ରୟାସ । ଏହି କେନ୍ଦ୍ରରେ ଭୂପୃଷ୍ଠ ଏବଂ ସ୍ଥଳ ଭାଗ ଟାର୍ଗେଟ ସମେତ ଅନ୍ୟାନ୍ୟ ପ୍ରଣାଳୀର ବିକାଶ ପାଇଁ ଆମେ ଏକ ବଡ଼ ସମ୍ଭାବନା ଦେଖୁଛୁ ।
ନୂତନ ଆର ଆଣ୍ଡ ଡି କେନ୍ଦ୍ରରେ ସବସୋନିକ ଏବଂ ସୁପରସୋନିକ୍‍ ଟାର୍ଗେଟ ପରି ଭବିଷ୍ୟତର ଟାର୍ଗେଟ ଡ୍ରୋନ ବିକାଶ କରିବାର କ୍ଷମତା ରହିବ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସ୍ୱଦେଶୀ ଡ୍ରୋନ ପାଇଁ ଏହା ଏକ ବହୁବିଧ କ୍ଷେତ୍ର ଭାବେ କାର୍ଯ୍ୟ କରିବ । ଯାହା ଜାତୀୟ ଆବଶ୍ୟକତା ପୂରଣ କରିବ, ଯାହାଦ୍ୱାରା ଭାରତୀୟ ଅର୍ଥନୀତି ଉପରେ ଆମଦାନୀ ଭାର ହ୍ରାସ ପାଇବ । ଚଳିତ ବର୍ଷ ଆରମ୍ଭରେ ଭାରତୀୟ ସେନା ଏବଂ ବାୟୁସେନାକୁ ୯୬ କୋଟି ଟଙ୍କା ମୂଲ୍ୟର ୧୨୫ ମନୋଭ୍ୟୁରେବଲ ଏକ୍ସପେଣ୍ଡେବଲ ଏରିଆଲ ଟାର୍ଗେଟ (ମେଟ) ଏବଂ ଆନୁଷଙ୍ଗିକ ଯନ୍ତ୍ରପାତି ଯୋଗାଇବା ପାଇଁ କମ୍ପାନୀ ଚୁକ୍ତିନାମା କରିଛି । ପରେ ଏହି ଖବର ଏକ ରଣନ .ତିକ ସମ୍ପ୍ରସାରଣ ପଦକ୍ଷେପ ଭାବରେ ଆସିଛି ।
ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଏବଂ ରାଜ୍ୟରେ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ଦେଇଥିବାରୁ ଭାଲୋଟିଆ ଏହି ଅବସରରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ପ୍ରତିରକ୍ଷା, ଏରୋସ୍ପେଶ ଏବଂ ଅନ୍ୟାନ୍ୟ ନୂତନ ଯୁଗର ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ ଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମ ଅଧୀନରେ ଓଡିଶା ସରକାର ଦେଇଥିବା ସହାୟତା ପାଇଁ ଆମେ କୃତଜ୍ଞ ।
ଆନାଡ୍ରୋନ ସିଷ୍ଟମ ଏକ ଦଶନ୍ଧି ଧରି ଡ୍ରୋନ ଉତ୍ପାଦନ କରିଆସୁଛି । ସମ୍ପ୍ରତି ବ୍ରିଟେନ ଭିତିକ ପ୍ରତିରକ୍ଷା-ବୈଷୟିକ କମ୍ପାନୀ ସହିତ ମିଳିତ ହୋଇ କମ୍ପାନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ବିଭିନ୍ନ ଏସଏଏମ୍‌, ଏଏଏମ, ରାଡାର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ଉତ୍ପାଦନକୁ ନିଶ୍ଚିତ କରିଛି ।

ସୂଚନାଯୋଗ୍ୟ,ଆନାଡ୍ରୋନ ସିଷ୍ଟମ ହେଉଛି ଭାରତର ଅଗ୍ରଣୀ ଉତ୍ପାଦକ ଏବଂ ଟାର୍ଗେଟ ଡ୍ରୋନ ଯୋଗାଣକାରୀମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହା ଭାରତୀୟ ବଜାରକୁ ୭୦୦ ରୁ ଅଧିକ ଟାର୍ଗେଟ ଡ୍ରୋନ ଯୋଗାଇ ଦେଇଛି । ଏହା ୨୦୦୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଗୋପାଳପୁରର ଟାଟା ଷ୍ଟିଲ ଏସଇଜେଡରେ କମ୍ପାନୀର ଏକ ଆର ଆଣ୍ଡ ଡି ଏବଂ ଉତ୍ପାଦନ ୟୁନିଟ ଅଛି । ୧୦୦ଧ ସଫଳତା ହାର ସହିତ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଏହା ସବୁଠାରୁ ବଡ ସେବା ପ୍ରଦାନକାରୀମାନଙ୍କ ମଧ୍ୟରୁ ଅନ୍ୟତମ । ୨୫୦ ରୁ ଅଧିକ ପ୍ରକାର ସହିତ ଏହା ୫୦ ରୁ ଅଧିକ ମିଶନ ସମାପ୍ତ କରିଛି । ବିକ୍ରୟ ଏବଂ ସେବା କ୍ଷେତ୍ରରେ କମ୍ପାନୀର ଦୀର୍ଘ ୧୮ ବଷୟର ଅଭିଜ୍ଞତା ରହିଛି ।

Comments are closed.