ବଲାଙ୍ଗିର ଜିଲାରେ ଓମିକ୍ରନ ଜନିତ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟର ବଲାଙ୍ଗିର ଜିଲାରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ବଲାଙ୍ଗିର ଆଗଲପୁରର ଏହି ୫୦ ବର୍ଷ ବୟସ୍କା ମହିଳା କୋଭିଡ ୧୯ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ପରେ ଗତ ଡିସେମ୍ବର ୨୭ ତାରିଖରେ ସମ୍ବଲପୁର ହାସପାତାଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତାଙ୍କ ନମୁନାର ଜିନୋମ ସିକ୍ୱେନସିଂ କରାଯିବା ପରେ ସେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ଥିବା ବଲାଙ୍ଗିର ସିଡିଏମଓଙ୍କ ସୂତ୍ରରୁ ଜଣାଯାଇଛି ।

Comments are closed.