ଅରୁଣାଚଳ ପ୍ରଦେଶର ସୁବନସିରି ଅଞ୍ଚଳରେ ଭୂକମ୍ପ ଝଟକା

ଇଟାନଗର : ଅରୁଣାଚଳ ପ୍ରଦେଶର ସୁବନସିରି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶନିବାର ୧୨ଟା ୪୧ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି।

ଏହା ପୂର୍ବରୁ ଅଗଷ୍ଟ ୬ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହି ସମୟରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା।

Comments are closed.