ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଓ ଅମୃତ ମହୋତ୍ସବ

ସିମୁଳିଆ : ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସିମୁଳିଆ ଥାନା ପରିସରରେ ରକ୍ଷା ବନ୍ଧନ ଓ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ପାଦିକା ଭାରତୀ ମଲ୍ଲିକ ଓ ୪୦ନଂ ଜୋନର ମଣ୍ଡଳ ସଭାପତି ଅଭିନାଶ ବେହେରାଙ୍କ ନେତୃତ୍ୱରେ ସିମୁଳିଆ ଥାନା ପରିସରରେ ସିମୁଳିଆ ଥାନାଧିକାରୀ ଜୟନ୍ତ କୁମାର ବେହେରାଙ୍କୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରକ୍ଷା ବନ୍ଧନ ଓ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତ ଅଧିକାରୀଙ୍କୁ ଜାତୀୟ ପତାକା ଦେଇ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିମୁଳିଆ ବ୍ଳକ ଅଧ୍ୟକ୍ଷ ବାବାଜୀ ମଲ୍ଲିକ, ଖଇରା ବ୍ଳକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଜିଲ୍ଲା ଏସସି ମହିଳା ମୋର୍ଚ୍ଚା ସଭ୍ୟା ମନୋରମା ଜେନା, ସତ୍ୟଭାମା ମହାପାତ୍ର, ରଶ୍ମିତା ଲେଙ୍କା, ଅନୁସୂୟା ସେନ, ଉର୍ବଶୀ ମହାରଣା, ଓ ଭାରତୀ ସିଂହ ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.