ମାଡି ଆସୁଛି ସାମୁଦ୍ରିକଝଡ ଅମ୍ଫାନ; ମୁକୁଳା ପଡିଛି ନଦୀବନ୍ଧ, ଆତଙ୍କିତ ନଦୀକୂଳିଆ

ଆରଡି : ମାଡି ଆସୁଛି ସାମୁଦ୍ରିକଝଡ ଅମ୍ଫାନ। ଯାହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ଭଦ୍ରକ ଜିଲାର ତଳିଆ ଅଞ୍ଚ ଭାବେ ଜଣାଶୁଣା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର ଓ ଓଳଗ ପଞ୍ଚାୟତର ନଦୀକୂଳିଆବାସୀ। ପାଣିପାଗର ପୂର୍ବାନୁମାନ ଅନୁଯାୟୀ ଭଦ୍ରକ ଜିଲାର ଅଧିକ ବେଗରେ ପବନ ବହିବା ସହିତ ଝଡବର୍ଷା ଲାଗି ରହିବ ବୋଲି ସୂଚନା ଦିଆଯାଇଥିବା ବେଳେ ଗତ ୨ଦିନ ହେଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ତଳିଆ ଅଞ୍ଚଳ ଲୋକଙ୍କ ସହ ଚାଷୀମାନଙ୍କୁ ସଚେତନତା କରାଯାଉଛି। ତାହାସହ ଦୀର୍ଘ ୬ମାସରୁ ଉର୍ଦ୍ଧ ହେବ ଆରଡି ନିକଟସ୍ଥ  ମୁଆଁ ଗାଁ ନିକଟରେ ବୈତରଣୀ ନଦୀର ସୁରକ୍ଷାବନ୍ଧ ନଦୀ ମଧ୍ୟକୁ ପ୍ରାୟ ୩ଶହ ଫୁଟ ଧସି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହୋଇ ନଥିବାରୁ ତାହା ବାତ୍ୟା ଓ ସାମୁଦ୍ରିକ  ଢେଉରେ ଅଧିକ ପ୍ରବଭାବିତ ହେବା ସହ ଚାଷୀମାନଙ୍କର ଜୀବିକା ଉଜାଡିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ସେହିପରି ପ୍ରଶାସନର ସର୍ତକତା ଜାରି କରାଯାଇଥିବାରୁ ନଦୀ ମଝିକୁ ମାଛ ମାରିବା ପାଇଁ ଯାଇଥିବା ଶତାଧିକ ଶତାଧିକ ମତ୍ସଜୀବୀ  ଗାଁ ନିକଟକୁ ରବିବାର ଫେରି ଆସିଛନ୍ତି।

Comments are closed.