ବାଲେଶ୍ୱରର ଏକ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍‌ ଯୋଗୁଁ ୨୫ରୁ ଅଧିକ କର୍ମଚାରୀ ଅସୁସ୍ଥ, ଅଧିକାଂଶ ମହିଳା ଥିବା ସୂଚନା

ଭୁବନେଶ୍ୱର – ବାଲେଶ୍ୱରରେ ଥିବା ଏକ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍‌ ଯୋଗୁଁ ୨୫ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱର ଖନ୍ତାପଡାରେ ଥିବା ଏକ ଘରୋଇ ଚିଙ୍ଗୁଡି ପ୍ଲାଣ୍ଟରେ ଏହି ଘଟଣା ଘଟିଛି । ପୂର୍ବରୁ ଏକ ଚିଙ୍ଗୁଡି ପ୍ଲାଣ୍ଟରେ ଏପରି ଘଟଣା ଘଟିଥିଲା । ଗ୍ୟାସ କେଉଁ କାରଣରୁ ଲିକ୍‌ ହେଲା ତାହା ଜଣା ପଡି ନାହିଁ ।

ପୂର୍ବରୁ ବାଲେଶ୍ୱରଖନ୍ତାପଡା ପଣପଣାରେ ଏକ ଚିଙ୍ଗୁଡି ପ୍ଲାଣ୍ଟରେ ଆମନିଆ ଗ୍ୟାସ ଲିକ୍‌ ଯୋଗୁଁ ୧୦୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇଥିଲେ । ପରେ ଚିକିତ୍ସା ପରେ ସେମାନେ ସୁସ୍ଥତା ଲାଭ କରିଥିଲେ ।

Comments are closed.