ବିଗ୍‍ ବିଙ୍କ ମୁଖରୁ ତାଙ୍କ ଅଭୁଲା ସ୍ମୃତିର ଏକ ଝଲକ୍‍

କେବଳ ଭାଗ୍ୟର ଭରସାରେ ମିଳିନଥାଏ ସଫଳତା। ଦକ୍ଷତାକୁ ନିଜର ପରିଶ୍ରମ ଦ୍ୱାରା ଚମକାଇବାକୁ ମଧ୍ୟ ପଡ଼ିଥାଏ। ଏହି କଥା ଗୁଡ଼ିକ ବଲିଉଡର ମେଗାଷ୍ଟାର, ବାଦଶାହ ବିଗ ବିଙ୍କ ପ୍ରତି ଯର୍ଥାତ ବୋଲି କହିଲେ କିଛି ମଧ୍ୟ ଭୁଲ ହେବ ନାହିଁ। ଅମିତାଭଙ୍କ ଜନ୍ମ ୧୧ ଅକ୍ଟୋବର ୧୯୪୨ରେ ହୋଇଥିଲା। ସେ ବଲିଉଡ ଜଗତରେ ନିଜ ପାଦ ଥାପିବାର ଯାତ୍ରା ତାଙ୍କ ପାଇଁ ଖୁବ ସଂଘର୍ଷମୟ। ଏହାସହ ଚଳଚ୍ଚିତ୍ର ଆରମ୍ଭ ପରେ ମଧ୍ୟ ତାଙ୍କର ଯାତ୍ରା ତାଙ୍କ ପାଇଁ ଖୁବ କଷ୍ଟସାଧ୍ୟ ରହିଥିଲା। ମାତ୍ର ଯେଭଳି କୁହାଯାଏ ସମୟ ପରିବର୍ତ୍ତନ ହେବା ସହ ଭଲ ସମୟ ନିଶ୍ଚୟ ଆସିଥାଏ। ଜାଣନ୍ତୁ ଅମିତାଭଙ୍କ ସହ ଜଡ଼ିତ ଏଭଳି ହିଁ କିଛି କଥା।
ଜଞ୍ଜିର୍‍ ଚଳଚ୍ଚିତ୍ର ରେ କାମ କରିବା ପରେ ଅମିତାଭଙ୍କ ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ତାଙ୍କର ଜୀବନରେ ଆରମ୍ଭ ହୋଇଥିଲା ସଫଳତାର ପାହାଚ ଚଢିବା। ତାଙ୍କ ପ୍ରଂଶସକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାକୁ ଲାଗିଲା। ତାଙ୍କ ଜୀବନରେ ପ୍ରଂଶସକଙ୍କ ସହ ଜଡ଼ିତ ଏଭଳି କିଛି କଥା ରହିଛି, ଯାହା ସେ କେବେ ମଧ୍ୟ ଭୁଲିପାରିବେ ନାହିଁ। ବିଗ୍‍ ବି ନିଜର ଏକ ପୁରୁଣା ସାକ୍ଷାତକାରରେ ଏଭଳି ହିଁ ଏକ କଥା ଜଣାଇଥିଲେ। ସାକ୍ଷାକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ତାଙ୍କ ଜୀବନର ଏଭଳି କିଛି କଥା ରହିଛି କି ଯାହାକୁ ସେ କେବେ ଭୁଲି ପାରିବେ ନାହିଁ?
ଏହି ପ୍ରଶ୍ନର ଉତ୍ତର ଦେଇ ଅମିତାଭ କହିଥିଲେ, ଆଜ୍ଞା ହଁ ଏଭଳି ବହୁ ଘଟଣା ରହିଛି।  ସବୁବେଳେ ମୋ ମନରେ ସ୍କୃତି ହୋଇ ରହି ଯାଇଛି।
ସେ କହିଥିଲେ , ଥରେ ମୁଁ ମାଡ୍ରାସ ସୁଟିଙ୍ଗ ପାଇଁ ଯାଇଥିଲି। ମୁଁ ସେଠାରେ ପହଞ୍ଚିବାର କିଛି ଦିନ ପରେ ଜଣେ ବ୍ୟକ୍ତି ମତେ ହୋଟେଲରେ ଦେଖାହୋଇଥିଲେ। କହିଥିଲେ ମୁଁ ଆପଣଙ୍କ ସହ କିଛି ସମୟ କଥା ହେବାକୁ ଚାହୁଁଛି। ମୁଁ ମଧ୍ୟ କିଛି ସମୟ ବାହାର କରି ତାଙ୍କୁ ଦେଇଥିଲି। ସେ କହିଥିଲେ ମୁଁ ବହୁତ ବଡ଼ କାରଣରୁ ଆପଣଙ୍କ ସହ ସାକ୍ଷାତ କରିବାକୁ ଆସିଛି।
କାରଣଟି ହେଉଛି ଏକ ଛୋଟ ପିଲା ଅଛି, ସେ ରୋଗିଣା ଓ ହସ୍ପିଟାଲରେ ଚିକିତ୍ସା ହେଉଛି। ମୁଁ ଚାହୁଁଛି ଆପଣ ଥରେ ତା’ସହ ୨ ମିନିଟ ପାଇଁ ଦେଖା କରନ୍ତୁ। କାରଣ ସେ ଆପଣଙ୍କର ବଡ଼ ପ୍ରଂଶସକ। ତା’ର ଖୁବ ଇଚ୍ଛା ସେ ଆପଣଙ୍କୁ ଦେଖିବ।
ଅମିତାଭ ଏହି ଘଟଣା ବିଷୟରେ ଜଣାଉଥିବା ଅବସ୍ଥାରେ କହିଥିଲେ ସେହି ସମୟରେ ଏଭଳି ଅନୁରୋଧ ବହୁତ ଆସୁଥିଲା।
ସେ ଭାବିଥିଲେ ସେ ଏହାକୁ ଅଣଦେଖା କରିବେ। ମାତ୍ର ସେହି ବ୍ୟକ୍ତି ଜଣଙ୍କ ବାରମ୍ବାର ଆସିଲେ। ସେ ଏହାପରେ ମୁଁ ଚିନ୍ତା କଲି ସାକ୍ଷାତ କରି ଆସିବି। ଏହାପରେ ଗୋଟେ ଦିନ ମୁଁ ତାଙ୍କ ସହ ମାଡ୍ରାସର ଏକ ହସ୍ପିଟାଲକୁ ଗଲି। ସେଠାରେ ଜାଣିବାକୁ ପାଇଲି ସେ ପିଲାଟି ରୋଗିଣା ହୁଏତ କର୍କଟ ରୋଗର ନିକଟବର୍ତ୍ତି।
ସେ ପିଲାଟିର ଅସ୍ତ୍ରୋପଚାର ହୋଇଥିଲା। ସେହି କାରଣରୁ ସେ ମତେ ଯିବାକୁ ଅନୁରୋଧ କରିଥିଲା କାରଣ ସେ ନିଜ ଚାଲିକରି ଆସିପାରିବ ନାହିଁ। କିଛି ସମୟ ହସ୍ପିଟାଲରେ ରହିବା ପରେ ମୁଁ ଫେରି ଆସିଥିଲି। ତା’ପର ଦିନ ହିଁ ସେହି ହସ୍ପିଟାଲର ଡ଼ାକ୍ତରଙ୍କ ଫୋନ ଆସିଥିଲା, ଯେ ଆପଣ ଆସିବା ପରେ ସେ ପିଲାଟିର ସ୍ୱାସ୍ଥ୍ୟରେ ଖୁବ ଉନ୍ନତି ଆସିଛି। ଯାହା ବହୁ ଦିନ ହେବ ହୋଇନଥିଲା।
ଡ଼ାକ୍ତରଙ୍କ ପାଟିରୁ ଏହା ଶୁଣି ମୁଁ ଭାବିଲି କିଛି ଦିନ ପୂର୍ବରୁ ଯାଇଥିଲେ ପିଲାଟିର ଉନ୍ନତି ଆହୁରି ଶୀଘ୍ର ହୋଇ ପାରି ଥାଆନ୍ତା।

Comments are closed.