ହସ୍ପିଟାଲରେ ପିତାଙ୍କୁ ମନେ ପକାଇଛନ୍ତି ବିଗ୍ ବି

ମୁମ୍ବଇ : ବଲିଉଡ଼ର ବାଦଶହ ଅମିତାଭ ବଚ୍ଚନ ଏବେ ମୁମ୍ବଇର ନାନାବତୀ ହସ୍ପିଟାଲରେ କରୋନା ପାଇଁ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲରେ ରହିବା ଦିନ ଠାରୁ ସେ ପ୍ରାୟ ନିଜ ପ୍ରଂଶସକଙ୍କ ପାଇଁ ଟ୍ୱିଟରରେ ଭିଡ଼ିଓ ହେଉ ଅଥବା ମେସେଜ ସେୟାର କରୁଛନ୍ତି। ବିଗ୍ ବି ନିଜ ପିତାଙ୍କୁ ସ୍ମରଣ କରି ସୋସିଆଲ ମିଡ଼ିଆରେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି।
ଏହି ପୋଷ୍ଟରେ ଏକ ପୁରୁଣା ଭିଡ଼ିଓ ରହିଛି। ଭିଡ଼ିଓରେ ଅମିତାଭ ବସିଛନ୍ତି ଓ ପିତାଙ୍କର କବିତା ପଢୁଛନ୍ତି। ଅନ୍ତରାଳରେ ଅମିତାଭଙ୍କ ସ୍ୱର ଶୁଣିବାକୁ ମିଳୁଛି। ଯେଉଁଥିରେ ସେ ପିତାଙ୍କର ପ୍ରସିଦ୍ଧ କବିତା ଗାଉଛନ୍ତି। ଟ୍ୱିଟରରେ ଅମିତାଭ ଲେଖିଛନ୍ତି , ବାପାଙ୍କର କବିତାର କିଛି ଅଂଶ ସେ ଏପରି ହିଁ କବି ସମ୍ମିଳନୀରେ ଗାନ କରୁଥିଲେ। ହସ୍ପିଟାଲରେ ଅଧିକାଂଶ ସମୟରେ ତାଙ୍କ ପିତାଙ୍କ କଥା ଖୁବ ମନେ ପଡ଼ୁଛି ବୋଲି କହିଛନ୍ତି।
ଏହାପୂର୍ବରୁ ମଧ୍ୟ ବହୁତ ଥର ବିଗ୍ ବି ନିଜ ପିତାଙ୍କୁ ମନେ ପକାଇ ସୋସିଆଲ ମିଡ଼ିଆରେ ବିଭିନ୍ନ ପୋଷ୍ଟ ସେୟାର କରିଛନ୍ତି।

Comments are closed.