ବିଗିଡ଼ିଲା ବିଗ୍‌ ବିଙ୍କ ସ୍ବାସ୍ଥ୍ୟାବସ୍ଥା, ହେବ ଅସ୍ତ୍ରୋପଚାର

ମୁମ୍ବଇ: ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ବିଗ୍‌ ବିଙ୍କ ସ୍ବାସ୍ଥ୍ୟରେ ପୁଣି ଥରେ ଅବନତି ଦେଖାଦେଇଛି, ଯେଉଁଥିପାଇଁ ତାଙ୍କର ଏକ ଅସ୍ତ୍ରୋପଚାର ହେବ। ଏନେଇ ବିଗ୍‌ ବି ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ନିଜ ବ୍ଲଗରେ ସେ ଲେଖିଛନ୍ତି ଯେ, ‘‘ମେଡିକାଲ୍ କଣ୍ଡିସନ୍…..ସର୍ଜରୀ…..ମୁଁ ଏହାଠାରୁ ଆଉ ଅଧିକ କିଛି ଲେଖି ପାରିବିନି”। ବିଗ୍ ବିଙ୍କ ଏହି ବ୍ଲଗ୍ ପଢିବା ପରେ ଲୋକେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଏହା ବ୍ୟତୀତ ଅମିତାଭ ବଚ୍ଚନ ନିଜ ଇନଷ୍ଚାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରି- କେବଳ ଏହା ‘!!!!! ?????’ ବୋଲି ଲେଖିଛନ୍ତି। ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, “କିଛି ଆବଶ୍ୟକତା ଠାରୁ ଅଧିକ ବଢିଯାଇଛି, ଯାହା କାଟିଲେ ହିଁ ଠିକ ହେବ”।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଅନେକ ଥର ଅମିତାଭଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛି ସପ୍ତାହ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Comments are closed.