୧୪ ଦିନ ପରେ ଅମିତାଭଙ୍କ ତିନୋଟି ବଙ୍ଗଳାରୁ କଣ୍ଟେନମେଣ୍ଟ ଜୋନ୍‌ ପୋଷ୍ଟର ହଟାଇଲା ବିଏମସି

ମୁମ୍ବଇ : କରୋନାରେ ସଂଗ୍ରାମ କରୁଥିବା ବଲିଉଡର ମେଗା ଷ୍ଟାର ଅମିତାଭ ବଚ୍ଚନ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଆଜି ୧୪ ଦିନ ପରେ, ତାଙ୍କର ତିନୋଟି ବଙ୍ଗଳା ଜଲସା, ପ୍ରତୀକ ଏବଂ ଜନକ କଣ୍ଟେନମେଣ୍ଟ ଜୋନ୍ ରୁ ମୁକ୍ତ ହୋଇଛି। ରବିବାର ଦିନ ବିଏମସି ଅମିତାଭଙ୍କ ତିନୋଟି ବଙ୍ଗଳା ବାହାରେ ଲାଗିଥିବା କଣ୍ଟେନମେଣ୍ଟ ଜୋନର ପୋଷ୍ଟର ହଟାଇ ଦେଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଜୁଲାଇ ୧ରେ ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ଉଭୟଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରଦିନ ବିଏମସି ସେମାନଙ୍କର ତିନୋଟି ବଙ୍ଗଳାକୁ ପରିଷ୍କାର କରି କଣ୍ଟେନମେଣ୍ଟ ଜୋନର ପୋଷ୍ଟର ଲଗାଇଥିଲା। ଦୁଇ ସପ୍ତାହ ପରେ, ସେମାନଙ୍କର ବଙ୍ଗଳା ବର୍ତ୍ତମାନ କଣ୍ଟେନମେଣ୍ଟ ଜୋନ୍ ବାହାରେ ରହିଛି।

Comments are closed.