ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମୁହଁ  ଖୋଲିଲେ ଶାହା : କହିଲେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି

ନୂଆଦିଲ୍ଲୀ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶେଷରେ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମୁହଁ  ଖୋଲିଛନ୍ତି । ବିଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମିଥ୍ୟା ଅପପ୍ରଚାର ହେଉଥିବା ସେ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ହେଉଥିବାରୁ ଏନେଇ ସେ ସ୍ପଷ୍ଟୀକରଣ ରଖିଛନ୍ତି ।

ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏବଂ କରୋନା ମହାମାରୀକୁ ନେଇ ସରକାରଙ୍କ ଲଢ଼େଇରେ ବ୍ୟସ୍ତ ରହୁଛି ।  ଫେସବୁକ, ଟୁଇଟର ସମେତ ଅନ୍ୟ  ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବକୁ ସେ ଖଣ୍ଡନ କରିଛନ୍ତି ।

ଯେଉଁମାନେ ମୋ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଓ  ମୋର ସମସ୍ତ ଶୁଭେଚ୍ଛୁ ଓ ଶୁଭାକାଂକ୍ଷୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ଶାହା ଟ୍ବିଟ କରି କହିଛନ୍ତି ।

Comments are closed.