ସୁସ୍ଥ ହେବା ପରେ ମନ୍ତ୍ରୀ ପରିଷଦ ବୈଠକରେ ଯୋଗ ଦେଲେ ଗୃହ ମନ୍ତ୍ରୀ ଅମିତ୍ ଶାହା

ନୂଆଦିଲ୍ଲୀ: ସୁସ୍ଥ ହେବା ପରେ କାର୍ଯ୍ୟକ୍ଷେତ୍ରକୁ ପୁଣି ଫେରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା । ଗତକାଲି ସେ ଚିକିତ୍ସା ପରେ ଏମ୍ସରୁ ଫେରିଥିଲେ । ଆଜି ସେ ମନ୍ତ୍ରୀ ପରିଷଦ ବୈଠକରେ ଯୋଗ ଦେଇଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରାଯାଇଛି । ଗୃହମନ୍ତ୍ରୀ ଶ୍ରୀ ଶାହା ବୈଠକରେ ଯୋଗଦେବା ନେଇ ଏକ ଫଟୋ ଟ୍ବିଟରରେ ସେୟାର କରିଛନ୍ତି ।

ସେ ଲେଖିଛନ୍ତି ​‌ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ସାମିଲ ହୋଇଛି । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୨ ତାରିଖରେ ଶ୍ରୀ ଶାହା କରୋନା ସଂକ୍ରମିତ ହୋଇ ଗୁରୁଗାଓଁର ମେଦାନ୍ତ ହସପିଟାଲରେ ଭର୍ତି ହୋଇଥିଲେ । କରୋନାରୁ ସେ ସୁସ୍ଥ ହେବା ପରେ ସେ ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ଅନୁଭବ କରିଥିଲେ । ଏଥିପାଇଁ   ଶ୍ରୀ ଶାହାଙ୍କୁ ଗତ ଅଗଷ୍ଟ ୧୭ ତାରିଖରେ ଏମ୍ସରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସେଠାରେ ଏମ୍ସ ନିର୍ଦେଶକ ଡ଼ାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଏକ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଥିଲେ ।

Comments are closed.