ସହିଦ୍ ଯବାନଙ୍କୁ ପ୍ରଣାମ ଜଣାଇଲେ ଅମିତ ଶାହା : କହିଲେ ଦେଶ ସବୁବେଳେ ଆପଣଙ୍କ ଋଣୀ ରହିବ

ନୂଆଦିଲ୍ଲୀ : ପୂର୍ବ ଲଦାଖ ସୀମାରେ ଥିବା ଗାଲୱାନ ଉପତ୍ୟକାରେ ଚୀନ ଓ ଭାରତ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସହିଦ୍ ଯବାନଙ୍କୁ ପ୍ରଣାମ ଜଣାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର କହିଛନ୍ତି ଯେ, ଲଦାଖର ଗାଲୱାନରେ ଦେଶକୁ ସୁରକ୍ଷା ଦେଉଥିବା ସମୟରେ ପ୍ରାଣ ହରାଇଥିବା ସୈନିକମାନଙ୍କ ପାଇଁ ଭାରତ ସର୍ବଦା ଋଣୀ ରହିବ। ସେ କହିଛନ୍ତି ଯେ, ତାଙ୍କର ବୀରତ୍ୱ, ମାତୃଭୂମି ପ୍ରତି ସେମାନଙ୍କର ନିଶ୍ଵାର୍ଥପର ସେବା ପାଇଁ ଭାରତ ସବୁବେଳେ ଋଣୀ ରହିବ।

ଶାହା କହିଛନ୍ତି, ଏହି ଦୁଃଖ ସମୟରେ ମୋଦୀ ସରକାରଙ୍କ ସମେତ ସମଗ୍ର ଦେଶ ସହିଦ୍ ଯବାନଙ୍କ ପରିବାର ସହିତ ଦୃଢ ଭାବରେ ଠିଆ ହୋଇଛନ୍ତି। ଆହତମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ।

ଗୃହମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନ ହାରିଥିବା ଅମର ବୀରମାନଙ୍କୁ ଦେଶ ନମସ୍କାର କରୁଛି। ଭାରତୀୟ ସେନାକୁ ଏପରି ମହାନ୍ ବୀର ଦେଇଥିବା ସେମାନଙ୍କ ପରିବାରମାନଙ୍କୁ ମୁଁ ନମସ୍କାର କରୁଛି।

Comments are closed.