ସିଏଏ ପ୍ରସଙ୍ଗରେ ବିରୋଧୀ ଦଳ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନାଗରିକ ସଂଶୋଧନ ଆଇନ୍‍ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି । ବିରୋଧୀ ଦଳଗୁଡ଼ିକ ନାଗରିକତାସଂଶୋଧନ ଆଇନ୍‍କୁ ନେଇ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି। ଗୁରୁବାର ପୂର୍ବ ଦିଲ୍ଲୀରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଏକ ନୂତନ କାର୍ଯ୍ୟଧାରା ପ୍ରବର୍ତ୍ତନ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ୧୩ଟି କ୍ଷେତ୍ରରେ ଥିବା ଆଇନ୍‍ଗତ ଅସୁବିଧାକୁ ଦୂର କରି ଦିଲ୍ଲୀର ୪୦ଲକ୍ଷ ଲୋକଙ୍କୁ ଘର ମାଲିକାନା ସତ୍ତ୍ବ ପ୍ରଦାନ କରିଛନ୍ତି।

ଶ୍ରୀ ଶାହା କହିଛନ୍ତି, ଶିଖ୍‍ ଦଙ୍ଗା ପରେ ଅନେକ ଥର କଂଗ୍ରେସ ସରକାର ଗଢ଼ିଥିଲେ ମଧ୍ୟ କୌଣସି ତଦନ୍ତ କରିନଥିଲେ । ଏନ୍‍ଡିଏ ସରକାର ଏଥିପାଇଁ ଏସ୍‍ଆଇଟି ସ୍ଥାପନ କଲେ ଏବଂ ଆଜି ଅଭିଯୁକ୍ତମାନେ ଜେଲରେଅଛନ୍ତି ବୋଲି ସେ କହିଛନ୍ତି । ପ୍ରଥମଥର ପାଇଁ ତାଙ୍କ ସରକାର ବସ୍ତି ଉଚ୍ଛେଦ କରି ଲୋକମାନଙ୍କୁ ଘର ଯୋଗାଇବା ଆରମ୍ଭ କରିଛନ୍ତି ସେ କହିଛନ୍ତି । ଦିଲ୍ଲୀରେ ମଧ୍ୟ ଆଗାମୀ ଦିନରେ ସାଇକେଲ୍‍ ଟ୍ରାକ୍‍ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

Comments are closed.