ଭାରତର କୋଭାକ୍ସିନ ଟିକାକୁ ମନା କଲା ଆମେରିକା

ୱାଶିଂଟନ: ଭାରତ ବାୟୋଟେକ ପ୍ରସ୍ତୁତ ଭାରତର ସ୍ବଦେଶୀ କରୋନା ଟିକା ‘କୋଭାକ୍ସିନ’କୁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ଜରୁରୀ ବ୍ୟବହାର ଅନୁମତି ଦେବାକୁ ମନା କରିଛି। ଏଫଡିଏର ଏହି ନିଷ୍ପତ୍ତିକୁ ଭାରତ ସରକାର ସମ୍ମାନ ଜଣାଇଛନ୍ତି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଆମେ ସମସ୍ତ ଦେଶର ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ।

ତେବେ ଆମେରିକାର ଏହି ନିଷ୍ପତ୍ତି ଭାରତର ଟିକା କାର୍ଯ୍ୟକ୍ରମକୁ ପ୍ରଭାବିତ କରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଭାରତ ବାୟୋଟେକର ଆମେରିକା ଅଂଶୀଦାର କମ୍ପାନୀ ଓକୁଗେନ କୋଭାକ୍ସିନର ଜରୁରୀ ବ୍ୟବହାର ନିମନ୍ତେ ଏଫଡିଏର ଅନୁମତି ଲୋଡିଥିଲା। ଏଫଡିଏ ଅନୁମତି ଦେବା ଲାଗି ଟିକା ସମ୍ପର୍କରେ ଅଧିକ ତଥ୍ୟ ଲୋଡିଛି।

Comments are closed.