ଜାମ୍ମୁ-କାଶ୍ମୀର ନ ଯିବାକୁ ନିଜ ନାଗରିକଙ୍କୁ ସତର୍କ କଲା ଆମେରିକା

ୱାଶିଂଟନ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିକୁ ନେଇ ଆମେରିକା ସରକାର ଭାରତରେ ରହୁଥିବା ନିଜ ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। ସତର୍କ ସୂଚନାରେ ଆମେରିକା ପ୍ରଶାସନ ନିଜ ନାଗରିକଙ୍କୁ ଜାମ୍ମୁ-କାଶ୍ମୀର ନ ଯିବାକୁ କହିଛି। ଏହା ସହିତ ଭାରତ-ପାକିସ୍ତାନ ସୀମାର ୧୦କିମି ପରିସର ମଧ୍ୟ ନଯିବାକୁ କୁହାଯାଇଛି। ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ନେଇ ଏହି ସୀମାରେ ନିୟମିତ ଭାବେ ସଶସ୍ତ୍ର ଯୁଦ୍ଧ ଲାଗି ରହିଛି। ଆତଙ୍କବାଦୀମାନେ ପର୍ଯ୍ୟଟନ ସ୍ଥଳ, ପରିବହନ ସ୍ଥଳ, ବଜାର, ସପିଙ୍ଗ ମଲ୍‌ ଓ ସରକାରୀ କାର୍ଯ୍ୟାଳୟ ଆଦି ଯେକୌଣସି ସ୍ଥାନରେ ଆକ୍ରମଣ ଘଟାଇବାର ଆଶଙ୍କା ରହିଛି। ସେହିପରି ପାକିସ୍ତାନରେ ରହୁଥିବା ନିଜ ନାଗରିକଙ୍କୁ ମଧ୍ୟ ଆମେରିକା ସତର୍କତା ଜାରି କରିଛି। ସତର୍କତାରେ ଆମେରିକା ଏହାର ନାଗରିକଙ୍କୁ ବେଲୁଚିସ୍ତାନ ଓ ଖାଇବର ପଖତୁନ ଖୱା (କେପିକେ) ପ୍ରଦେଶକୁ ନଯିବା ଲାଗି ପରାମର୍ଶ ଦେଇଛି।

Comments are closed.