ଭାରତକୁ ସହାୟତା ଦେବା ନିମନ୍ତେ ବିଶ୍ଵର ସବୁଠୁ ମାରାତ୍ମକ ବୁଡ଼ାଜାହାଜ ପଠାଇଲା ଆମେରିକା

ନୂଆଦିଲ୍ଲୀ : ପୂର୍ବ ଲଦାଖ (ଆମେରିକା) ରେ ଚୀନ୍ ଏବଂ ଭାରତ ମଧ୍ୟରେ କ୍ରମବର୍ଧିତ  ବିବାଦ ମଧ୍ୟରେ  ଭାରତର ମନୋବଳ ବୃଦ୍ଧି ଓ ଆବଶ୍ୟକ ସମୟରେ ସହାୟତା ଯୋଗାଇ ଦେବା ନିମନ୍ତେ ଆମେରିକା ଡ଼ିଆଗୋ ଗାର୍ସିଆରେ ବିଶ୍ଵର ସବୁଠୁ ମାରାତ୍ମକ ଓ ଘାତକ ବୁଡ଼ାଜାହାଜ ମୁତୟନ କରିଛି ଆମେରିକା । ଏହି ବୁଡ଼ାଜାହାଜ ପରମାଣୁ କ୍ଷେପଣାସ୍ତ୍ର ଦ୍ବାରା ସଜ୍ଜିତ ଏବଂ କୌଣସି ଦେଶକୁ ମୁହୂର୍ତ୍ତକ ମଧ୍ୟରେ ଧ୍ଵଂସ କରିବାକୁ ସମର୍ଥ ।  ଉପଗ୍ରହ ଚିତ୍ର ଆଧାରରେ ପ୍ରତିରକ୍ଷା ବିଶେଷଜ୍ଞ ହାଇ ସଟନ୍ ଆମେରିକାର ଫୋର୍ବସ୍ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ।

ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ଚୀନର କାର୍ଯ୍ୟକଳାପ ରୋକିବା ନିମନ୍ତେ ଭାରତ ଉଦ୍ୟମ କରି ଆସୁଛି ଏବଂ ଏଥିନିମନ୍ତେ ଆମେରିକା ସହାୟତାର ହାତ ବଢ଼ାଇଛି । ଓହିଓ ଶ୍ରେଣୀର କ୍ରୁଜ ମିଶାଇଲ୍ ଯୁକ୍ତ ବୁଡ଼ାଜାହାଜ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଘାତକ ଅସ୍ତ୍ର  ଓ ଆମେରିକାର ବୃହତ୍ତମ ବୁଡ଼ାଜାହାଜ ଭାବରେ ପରିଗଣିତ ହୁଏ | ପ୍ରାୟ୫୬୦ ଫୁଟ ଲମ୍ବର ଏହି ଆଣବିକ ବୁଡ଼ାଜାହାଜରେ ଅନେକ ପରମାଣୁ ବୋମା ବୋହିବାକୁ ସକ୍ଷମ ।  ପାକିସ୍ତାନର ଗ୍ୱାଦର ବନ୍ଦର ମାଧ୍ୟମରେ ଚୀନ୍ ଭାରତ ମହାସାଗରରେ ନିଜର ସ୍ଥିତିକୁ ଦୃଢ଼ ଚେଷ୍ଟା କରୁଛି। ଚୀନ୍‌ର ଏହି ପଦକ୍ଷେପକୁ ରୋକିବା ପାଇଁ ଆମେରିକା ଏହାର ଘାତକ ପରମାଣୁ ବୁଡ଼ାଜାହାଜକୁ ଡିଆଗୋ ଗାର୍ସିଆକୁ ପଠାଇ ଏକ ବଡ଼ ବାର୍ତ୍ତା ଦେଇଥିବା କୁହାଯାଉଛି ।

Comments are closed.