ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ; ୨୧ଜଣଙ୍କ ମୃତ୍ୟୁ

ଓ୍ୱାସିଂଟନ୍‌: ଆ​‌ମେରିକାର ଟେକ୍ସାସର ଏକ ସ୍କୁଲରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୨୧ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଜଣେ ୧୮ ବର୍ଷୀୟ ଯୁବକଙ୍କ ଆଖିବୁଜା ଗୁଳିମାଡ଼ରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଧିକାଂଶ ୭ରୁ ୧୦ ବର୍ଷର ପିଲା ଥିବା ସୂଚନା ମିଳିଛି । ତେବେ ଯୁବକ ଜଣକ କାହିଁକି ଏପରତି ଗୁଳିକାଣ୍ଡ ଘଟାଇଲେ ତାହା ଜଣାପଡ଼ିନାହିଁ । ମୃତକଙ୍କ ମଧ୍ୟରେ ୭ରୁ ୧୦ ବର୍ଷର ପିଲା ୧୮ଜଣ ରହିଥିବା ବେଳେ ୨ଜଣ ଶିକ୍ଷକଙ୍କ ସମେତ ଅନ୍ୟ ୩ଜଣଙ୍କ ମୃତ୍ୟୁ ହୋଇଛି ।  ମିଳିଥିବା ସୂଚନା ଅନୁସାରେ କୌଣସି କାରଣକୁ ନେଇ ଯୁବକ ଜଣକ ତାଙ୍କ ଘରେ ତାଙ୍କ ଜେଜେମାଙ୍କୁ ହତ୍ୟା ପରେ ଏହି ଗୁଳିକାଣ୍ଡ ଘଟାଇଛି ।

ପିଲାମାନଙ୍କୁ ଯୁବକ ଜଣକ ଗୁଳିମାଡ଼ କରିବା ସମୟରେ ଯୁବକ ଜଣକୁ  ସୁରକ୍ଷାକର୍ମୀ ମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଯୁବକ ଜଣକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସେପଟେ ଏହି ଘଟଣାକୁ ନେଇ ଆମେରିକା ସରକାର ଦୁଃଖ ପ୍ରକାଶ କରିଛନ୍ତି । ମୃତକ ମାନଙ୍କ ପାଇଁ ଆମେରିକାରେ ପତାକା ଅର୍ଦ୍ଦନମିତ ରହିବ ବୋଲି କୁହାଯାଇଛି । ହ୍ୱାଇଟହାଉସ ପକ୍ଷରୁ ମୃତକ ମାନଙ୍କ ପାଇଁ ପତାକା ଅର୍ଦ୍ଦନମିତ ରଖିବାକୁ ସୂଚନା ଦିଆଯାଇଛି ।

Comments are closed.