ପାଣିଦୋଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଲୋକାର୍ପଣ

ପିପିଲି :ପିପିଲି ବ୍ଲକ ଅନ୍ତର୍ଗତ ପାଣିଦୋଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମଙ୍ଗଳବାର ନୂତନ ଆମ୍ବୁଲାନ୍ସ ସେବାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ‘ଭୁବନେଶ୍ୱର ରାଉଣ୍ଡ ଟେବୁଲ ୨୩୦’ ଓ ‘ଭୁବନେଶ୍ୱର କୁଇନ୍ସ ଲେଡିଜ୍‍ ସର୍କଲ ୧୩୦’ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଲୋକାର୍ପଣ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ‘ଭୁବନେଶ୍ୱର ରାଉଣ୍ଡ ଟେବୁଲ ୨୩୦’ର ଅଧ୍ୟକ୍ଷ ଆନନ୍ଦ ପୋଦାର, ‘ଭୁବନେଶ୍ୱର କୁଇନ୍ସ ଲେଡିଜ୍‍ ସର୍କଲ ୧୩୦’ର ଅଧ୍ୟକ୍ଷା ଅମ୍ରିତା କେଡିଆ, ପିପିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ, ବିଧାୟକଙ୍କ ଧର୍ମପତ୍ନୀ ଜାଗୃତୀ ପଣ୍ଡା ମହାରଥୀ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.