ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଯାଜପୁର: କୁଆଖିଆ ଓଭରବ୍ରିଜ୍‌ ଉପରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ। ଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆମ୍ବୁଲାନ୍ସର ଡ୍ରାଇଭର ଓ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ହୋଇଥିବା ଜଣାପଡ଼ିଛି। କଟକରେ ରୋଗୀ ଛାଡ଼ି ଫେରିବାବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ସୂଚନା ମିଳିଛି।

Comments are closed.