କରୋନା ଡର; ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ, ଚାଲିଗଲା ଜୀବନ

ବ୍ରହ୍ମପୁର: ବ୍ରହ୍ମପୁର ପ୍ରହଲାଦ ନଗରରେ ସୋମବାର ଅମାନବୀୟ ଘଟଣା ଘଟିଛି।  ମାନବିକତା ମରିଯାଇଥିବା ଚିତ୍ର ଦେଖିବାକୁ ମିଳିଛି। ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ, ହେଲେ ଆମ୍ବୁଲାନ୍ସ ଘର ନିକଟକୁ ଆସି କରୋନା ଡରରେ ରୋଗୀଙ୍କୁ ନ ନେଇ ଫେରିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ମେନୋଜ ପ୍ରହରାଜ।

ସୂଚନା ଅନୁଯାୟୀ, ମନୋଜ ମଧୁମେହରେ ପୀଡିତ ଥିଲେ।  ଆଜି ମଧ୍ୟାହ୍ନ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କ ପରିବାର ଓ ସାହି ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ଘର ନିକଟରେ ପହଞ୍ଚିଥିଲା। ହେଲେ ତାଙ୍କଠାରେ କରୋନା ଲକ୍ଷଣ ଥିବା କହି ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କୁ ଡାକ୍ତରଖାନା ନେଇ ନ ଥିଲେ ।  ତେବେ ପରିବାର ଲୋକେ ଓ ସାହିବାସିନ୍ଦା ଯେତେ କହିଲେ ମଧ୍ୟ ଆମ୍ବୁଲାନ୍ସ କର୍ମଚାରୀମାନେ ଶୁଣି ନ ଥିଲେ। ଏହା ଭିତରେ ବିତିଗଲା ୧ ଘଣ୍ଟାରୁ ଅଧିକ ସମୟ।  ଆଉ କିଛି ସମୟ ପରେ ଚାଲିଗଲା ମନୋଜଙ୍କ ଜୀବନ। ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

Comments are closed.