ଅମ୍ବାଭୋନାରେ ପାଳନ ହେଉଛି ବିଜୟା ଦଶମୀ

ଅମ୍ବାଭୋନା: ଅସତ୍ୟ ଉପରେ ସତ୍ୟର ବିଜୟ । ଆଜି ସାରା ଦେଶରେ ବିଜୟା ଦଶମୀ ପାଳନ କରାଯାଉଛି । ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ନାଶ କରିଥିଲେ । ପାପ ଉପରେ ପୂଣ୍ୟର ବିଜୟ ଲାଭ ହୋଇଥିଲା । ଏହି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଇଥାଏ । ତେବେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକର ରୁଚିଦା, ଅମ୍ବାଭୋନା, କପାସିରା, ଭୁକ୍ତା, ଡୁଙ୍ଗୁରୀ, କଣ୍ତପଲା, କୁମ୍ମୋ, ମୁଛମଲଦା, ଝାରପାଲି, ଲେଥେର, ନୂଆପଡା, ସାନଦର୍ଲୀପାଲି, ଆଦି ଗ୍ରାମରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି ।

ମୁଛମଲଦା ଗ୍ରାମରେ ଶାରଦୀୟ ଦୁର୍ଗା ପୂଜା ଉତ୍ସାହ ଉଦ୍ଦିପନାରେ ପାଳନ କରାଯାଉଛି । ପୂଜା ମଣ୍ଡପରେ ଦମ୍ପତିଙ୍କ ସହ ହଳଧର ସୁପକାର, ପୂର୍ଣ୍ଣଚନ୍ଦ୍ର ପୁରୋହିତ, ସୁରୁବାବୁ ପଣ୍ତା, କୁଞ୍ଜ ମହାପାତ୍ର, ଉପେଶ ମହାପାତ୍ର ପ୍ରମୁଖ ପୂଜାପାଠ କରୁଛନ୍ତି । ମୁଛମଲଦା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସାର୍ବଜନୀନ ଦୁର୍ଗା ପୂଜାର ନେତ୍ରା ରଣା, ଠାକୁର ରଣା, ମୁନୁ ବାଗ, ନିଧି ବାଗ, ମାଧ ସା, ବୋଧନ ଭୋଇ, ରାଜେଶ ପୋଢ, ମହେନ୍ଦ୍ର ନାୟକ, ସନ୍ଥ ନାୟକ, ଅର୍ଜୁନ ନାୟକ ଦେବରାଜ ଭୋଇ ପ୍ରମୁଖ କର୍ମ କର୍ତ୍ତା ପରିଚାଳନରେ ସହଯୋଗ କରିଥିଲେ ।

Comments are closed.