ଅମରିନ୍ଦରଙ୍କ ସହ ବୁଝାମଣା ମନ୍ତ୍ରୀ ହୋଇପାରନ୍ତି ସିଧୁ

ଚଣ୍ଡିଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ବୁଧବାର ତାଙ୍କ ଚଣ୍ଡିଗଡ଼ସ୍ଥିତ ଫାର୍ମ ହାଉସ୍‌ରେ ସାକ୍ଷାତ କରିଛନ୍ତି ନବଜୋତ୍‌ ସିଂହ ସିଧୁ। ମଙ୍ଗଳବାର ଅମରିନ୍ଦର ସିଧୁଙ୍କୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ସେମାନେ ରାଜ୍ୟ ଓ ଜାତୀୟ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା କୁହାଯାଉଥିଲେ ମଧ୍ୟ ଏହ‌​‌ି ସାକ୍ଷାତ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିବା ଏବଂ ସିଧୁ ପୁନର୍ବାର ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର-ରାଜନେତା ସିଧୁ ପୂର୍ବରୁ ମନ୍ତ୍ରୀ ଥିଲେ ମଧ୍ୟ ଅମରିନ୍ଦରଙ୍କ ସହିତ ମତଭେଦ, ବିଭାଗ ବଣ୍ଟନ ଓ କେତେକ ବିବାଦୀୟ ମନ୍ତବ୍ୟ ଯୋଗୁଁ ଗତ ବର୍ଷ ଜୁଲାଇରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ସିଧୁ କଂଗ୍ରେସ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ। ଗତ ମାସରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ଶୋଭାଯାତ୍ରାରେ ସେ ଦଳ କାର୍ଯ୍ୟକ୍ରମକୁ ଫେରିଥିଲେ।

Comments are closed.