ଅତାବିରା ‘ଆମ ପୁଲିସ ସମିତି’ର ଜନସମ୍ପର୍କ ଅଭିଯାନ

ରେଙ୍ଗାଲିକେମ୍ପ : ଅତାବିରା ପୁଲିସ ପକ୍ଷରୁ ଅତାବିରା ଥାନା ପରିସରରେ ‘ଆମ ପୁଲିସ ସମିତି’ର ସ୍ଵତନ୍ତ୍ର ଜନ ସୁସମ୍ପର୍କ କାର୍ୟ୍ୟକ୍ରମ ଥାନା ଅଧିକାରୀ ଦିଲିପ୍ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳରେ ଚାଲିଥିବା ଅସାମାଜିକ ଓ ନିଶା କାରବାରକୁ ସମୁଳେ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଅତାବିରା ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ବେଦେଶୀ ମଦ ବିକ୍ରି କାରବାର, ଟ୍ରାଫିକ ବ୍ୟବସ୍ଥା, ବେଆଇନ ସଟ୍ଟା କାରବାର, କୁସୁନା ବିକ୍ରି, କଫ ଶିରପର ଚୋରା ଚାଲାଣ ସହ ବିକ୍ରି, ଚୋରି ଡକାୟତି, ଦୁର୍ଗା ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାଶ କରି ଅପରାଧୀକୁ ଧରିବା ତଥା ପାଟ୍ରୋଲିଙ୍ଗକୁ କଡାକଡି କରିବା ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ସମିତିର ସଭ୍ୟା ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ କିଆରାଣୀ ହୁଇ, ଟ୍ରକ୍ ମାଲିକ ସଂଘର ସଭାପତି ଅସିତ୍ ମିଶ୍ର, ଶିକ୍ଷାବିତ୍ ଭାରତ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ବରିଷ୍ଠ ଆଇନଜୀବୀ ବିରେନ୍ଦ୍ର ଵାଙ୍କା, ପ୍ରକାଶ ଚନ୍ଦ୍ର ମିଶ୍ର, ଗୋଡଭଗା ସରପଞ୍ଚ କମଳା ଛନ୍ଦ, ମଧ୍ୟ ଶର୍ମା, ବୁଦ୍ଧଦେବ ନନ୍ଦ, ବିଜେଡି ସହର ସଭାପତି ଟଙ୍କ ଦାଶ, ସୁରେନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥାକୁ ସୁପରିଚାଳନା କରାଯାଇ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପରସ୍ପରକୁ ସହଯୋଗ କରି ଅଞ୍ଚଳରେ ଶାନ୍ତି ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ସମସ୍ତେ ବଦ୍ଧପରିକର ହେବା ସହ ପ୍ରତିଶ୍ରୁତି ଦେଇଥିଲେ।

Comments are closed.