ଅପରିଷ୍କାର ପୋଷାକ ପିନ୍ଧୁଛନ୍ତି କି? ବଦଳାନ୍ତୁ ଅଭ୍ୟାସ ନଚେତ ଭୋଗିବାକୁ ପଡିପାରେ

ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ । ପାଖରେ ଥିବା ଲୋକମାନେ ମଧ୍ୟ ଦୂରେଇ ଯାଇଥାନ୍ତି । ବଡ ଲୋକଙ୍କ କହିବା ଅନୁଯାୟୀ, ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ସହ ଟଙ୍କାପଇସା କ୍ଷେତ୍ରରେ କ୍ଷତି ହୋଇଥାଏ । ଗରୁଡ ପୁରାଣରେ ଏହି ବିଷୟରେ ବର୍ଣ୍ଣନା କରାଯାଇଛି ।

ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ଆଲାର୍ଜି ଓ ସଂକ୍ରମଣ ରୋଗ ହେବାର ସମ୍ଭାବନା ବଢିଯାଇଥାଏ । ଏହି କାରଣରୁ ଡାକ୍ତର ପାଖକୁ ଯାଇ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ବେଳେବେଳେ ଦେଖାଯାଇଥାଏ ଯେ, କୌଣସି କାର୍ଯ୍ୟ କରିବାକୁ ଯାଉଥିଲେ ମଧ୍ୟ ତାହା ହୋଇ ନଥାଏ । ଏପରି ନ ହେବାର କାରଣ ଗରୁଡ ପୁରାଣରେ ବର୍ଣ୍ଣିତ ହୋଇଛି । ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ଏପରି ହୋଇଥାଏ । ଧନ ହାନୀ ମଧ୍ୟ ହୋଇଥାଏ ।

ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ବ୍ୟକ୍ତିର ଜୀବନରେ ମଧ୍ୟ ତାର ପ୍ରଭାବ ପଡିଥାଏ । ବ୍ୟକ୍ତିର ସୁଖଶାନ୍ତିରେ ବାଧା ଉତ୍ପନ୍ନ ହୋଇଥାଏ । କୁହାଯାଇଛି ଯେ, ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୁପ୍ରଭାବ ପଡିଥାଏ । ତେଣୁ କଦାପି ଅପରିଷ୍କାର ପୋଷାକ ପିନ୍ଧନ୍ତୁ ନାହିଁ ।

ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ କମିଯାଇଥାଏ । କୌଣସି କାମରେ ମନ ଲାଗି ନଥାଏ । ଯାହାଦ୍ୱାରା ଆପଣଙ୍କ ସଫଳତାର ସ୍ତର ମଧ୍ୟ ତଳକୁ ଖସିବାରେ ଲାଗିଥାଏ । ପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ଆମକୁ ସବୁକ୍ଷେତ୍ରରେ ସଫଳତା ମିଳିଥାଏ ।

Comments are closed.