ଶୀତରେ ଖାଆନ୍ତୁ ଆଳୁ ପରଟା

ଆଳୁ ପରଟା – ଶୀତୁଆ ପାଗରେ ଜଳଖିଆରେ ହେଉ କିମ୍ବା ରାତ୍ରିଭୋଜନରେ ଗରମାଗରମ ଆଳୁ ପରଟା ଖାଇବାକୁ ଅବା କିଏ ପସନ୍ଦ ନ କରିବ ?  ଲୋକପ୍ରିୟ ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକର୍‌ଙ୍କ ମତରେ ଶୀତଦିନେ ଘିଅ ଲଗା ଆଳୁ ପରଟା ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ। ପରିଶ୍ରମ ନ କରି କେବଳ ଖାଇଲେ ଓଜନ ବଢ଼ିବା ସ୍ବାଭାବିକ। ଏଣୁ ସୁଆଦିଆ ଭୋଜନ ସହ କସରତ, ବ୍ୟାୟାମ କରିବା ଜରୁରୀ। ଏଇଦିନେ ଆଳୁ ପରଟା ଖାଇଲେ ଆମ ମାଂସପେଶୀକୁ ଶକ୍ତି ମିଳିବା ସହ ହଜମ ସମସ୍ୟାରେ ମଧ୍ୟ ଅସୁବିଧା ହୋଇନଥାଏ। ମଧୁମେହ ରୋଗୀ ହୋଇଥିଲେ, ଆପଣ ମୂଳା ପରଟା କିମ୍ବା ଅନ୍ୟ କୌଣସି ପନିପରିବା ମିଶ୍ରଣରେ ପରଟା ତିଆରି କରି ଖାଇପାରନ୍ତି। ବଲିଉଡ ସୁନ୍ଦରୀ କରୀନା କପୁର ଖାନ୍‌‌ ଖାଦ୍ୟ ବିଶେଷଜ୍ଞ ରୁଜୁତାଙ୍କ ପରାମର୍ଶରେ ନିୟମିତ ଜଳଖିଆରେ ପରଟା ଖାଇଥାନ୍ତି। ଏସବୁ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇ ସୁଦ୍ଧା ସେ ନିଜକୁ ଫିଟ୍ ରଖିପାରିଛନ୍ତି। ରୁଜୁତାଙ୍କ ମତରେ ଗୋଟିଏ ଆଳୁପରଟା ଖାଇବା ହିଁ ଆମ ପାଇଁ ଯଥେଷ୍ଟ। ଲୋଭରେ ଆମେ ୩-୪ଟି ପରଟା ଖାଇଲେ ଓଜନ ବଢ଼ିବାର ସମସ୍ୟା ଉପୁଜିଥାଏ। ଏଣୁ ପିଲାଠାରୁ ବୟସ୍କ ସମସ୍ତେ ଶୀତଦିନେ ବିଶେଷ କରି ଆଳୁ ପରଟା ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହିତକାରୀ।

Comments are closed.