ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟ ଅଭିଯୋଗ

ବେଗୁନିଆ : ବେଗୁନିଆ ଥାନା ଅଞ୍ଚଳରେ କାର୍ଯ୍ୟରତ ଏକ ଫାଇନାନ୍ସ ଜନୈକ ମହିଳା କର୍ମଚାରୀଙ୍କ ଠାରୁ କେହି ଦୁର୍ବୃତ୍ତ ୪୦ ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ ନିକଟରୁ ପ୍ରକାଶ ଯେ, ଧଳାପଥର ଠାରେ ଏକ ପ୍ରାଇଭେଟ ଫାଇନାନ୍ସ କମ୍ପାନୀର କର୍ମଚାରୀ ସୋନାଲିକା ସ୍ୱାଇଁ ମଧ୍ୟାହ୍ନ ବେଳେ ଟଙ୍କା ସଂଗ୍ରହ କରି ଫେରୁଥିବା ସମୟରେ ସୁଆଁଳ-ବଡ଼ପଦର ରାସ୍ତାର ମଝିରେ ଦୁଇ ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ତାଙ୍କ ଠାରୁ ୩୯ ହଜାର ୭୦୦ ଟଙ୍କା ଲୁଟକରି ପଳାଇଥିଲେ। ଏନେଇ ବେଗୁନିଆ ଥାନାରେ ୨୨/୨୧ରେ ମାମଲା ରୁଜୁ କରି ସବ୍ଇନିସପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା ଘଟଣାର ତଦନ୍ତ କରୁଛନ୍ତି।